ପାରିବାରିକ କଳହ : ପୁଅ ଝିଅକୁ ବିଷ ପିଆଇ ମାରିଦେଲା ମାଆ

ନୟାଗଡ : ପାରିବାରିକ କଳହ କେନ୍ଦ୍ର କରି ମାଆ ଓ ତାର ଦୁଇ ଛୁଆଙ୍କୁ ବିଷ ପିଇ ଆତ୍ମହତ୍ୟା କରିଥିବାର ସୂଚନା ମିଳୁଛି । ଏଭଳି ଅବାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ଲକ୍ଷ୍ମୀପ୍ରସାଦ ଗାଁରେ । ମାଆ ଅହଲ୍ୟା ଖୁଂଟିଆ ନିଜ ପୁଅ ଓ ଝିଅ ସହ ଗତ କାଲି ସନ୍ଧ୍ୟାରେ ଆତ୍ମହତ୍ୟା ଉଦ୍ୟମ କରି ନିକଟସ୍ଥ ପୋଖରୀକୁ ଡେଇଁ ପଡିଥିଲେ । ପୁଅ ଓ ଝିଅଙ୍କୁ ପ୍ରଥମେ ବିଷ ଦେଇ ନିଜେ ବିଷ ପିଇଥିଲେ । ଗ୍ରାମବାସୀମାନେ ମା, ଝିଅ ଓ ପୁଅକୁ ପାଣିରୁ ଉଦ୍ଧାର କରିଥିଲେ କିନ୍ତୁ ଉଦ୍ଧାର ବେଳେ ଝିଅ ଶିବାନୀର ମୃତ୍ୟୁ ହୋଇ ସାରିଥିଲା ଏବଂ ମାଆ, ପୁଅ ଗୁରୁତର ଥିଲେ । ଉଭୟ ମା ଓ ପୁଅଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ନେବା ବାଟରେ ପୁଅର ମୃତ୍ୟୁ ହୋଇଥିଲା । ସେପଟେ ମାଆର ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ତାଙ୍କୁ ଭୁବନେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ସେ ସ୍ବାଭାବିକ ହେଉଥିବାର ଦେଖିବାକୁ ମିଳୁଛି ।