ବାହାଘର କାର୍ଡ ହେଲା ଭାଇରାଲ, ଆସନ୍ତା ୧୪ରେ ବିବାହ କରିବେ ବାଜିରାଓ ମସ୍ତାନୀ

ମୁମ୍ବାଇ : ବଲିଉଡର ବାଜିରାଓ ମସ୍ତାନୀଙ୍କ ଖୁବ ଶୀଘ୍ର ସହାନାଇ ବାଜିବାକୁ ଯାଉଛି । ୪ବର୍ଷର ଡ଼େଟିଂ ପରେ ବିବାହ ବନ୍ଧନରେ ବାନ୍ଧି ଏହି ଯୋଡି । ତେବେ ଅଭିନେତ୍ରୀ ଦୀପିକା ପାଦୁକନ ସୋସିଆଲ ମିଡ଼ିଆରେ ତାଙ୍କ ବିବାହର ଡ଼େଟ ଘୋଷଣା କରିଛନ୍ତି । ନଭେମ୍ବର ୧୪,୧୫ ରେ ଦୀପିକା ରଣବୀର ବିବାହ ବନ୍ଧନରେ ଆବଦ୍ଧ ହେବାର ଖବର ଦୀପିକା ସେୟାର କରିଛନ୍ତି । ଏହି ପୋଷ୍ଟ ସେୟାର ପରେ ଦୀପିକାଙ୍କ ରଣବୀରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଷ୍ଟାରକାଷ୍ଟ, ଫ୍ୟାନ୍ସ ଫଲୋଇଂଗ ଆଦି । ତାଙ୍କ ଯୋଡ଼ିକୁ ପ୍ରଶଂସକଙ୍କ ଅନେକ ଭଲପାଇବା ମିଳିଛି । ଏହି ଭଲପାଇବା ସଂପର୍କକୁ ଆଉ ପାଦେ ଆଗକୁ ନେଇ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବିବାହ ଉତ୍ସବ ଇଟାଲୀରେ କରାଯିବ । ବିବାହର ସମସ୍ତ କାର୍ଯ୍ୟ ବ୍ୟକ୍ତିଗତ ରହିବ ବୋଲି ମଧ୍ୟ ସୂଚନା ରହିଛି । ରଣବୀର କପୁର ସହ ରିଲେସନସିପ ଭାଙ୍ଗିବା ପରେ ରଣବୀର ସିଂଙ୍କୁ ଡେଟ୍ କରୁଥିଲେ ଦୀପିକାଙ୍କୁ । ‘ଗୋଲିୟୋ କି ରାସଲୀଲା ରାମଲୀଲା’ରୁ ଏହି ଦୁଇ ଯୋଡ଼ି ଲଭ ଷ୍ଟୋରୀ ଆରମ୍ଭ ହୋଇଥିଲା ଯାହା ବିବାହର ରୂପ ନେବାକୁ ଯାଉଛି ବୋଲି ଖବର ମିଳୁଛି ।