ବଳଦ ଯାତ୍ରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ଭୁବନ : ଢେଙ୍କାନାଳର ଭୁବନରେ ବଳଦ ଯାତ୍ରାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ଫଳରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଉଭୟ ଗୋଷ୍ଠୀ ମାରପିଟ ହେବା ସହ ପରସ୍ପର ଉପରେ ପଥର ମାଡ କରିଛନ୍ତି । ଆଜି ଭୋର ସମୟରେ ଦୁଇ ସାହି ମଧ୍ୟରେ ବିବାଦ ଉଗ୍ର ରୂପ ନେଇଥିଲା । ଉପସ୍ଥିତ ପୁଲିସ ମୃଦୁ ଲାଠି ଚାଳନା କରି ସ୍ଥିତି ଅଣାୟତ ହେବା ପୂର୍ବରୁ ନିୟନ୍ତ୍ରଣ କରିଥିଲା । ଏବେ ଭୁବନରେ ଚାପା ଉତ୍ତେଜନା ଲାଗିରହିଥିବାରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ମେଢ ଗୁଡିକ ଶୋଭାଯାତ୍ରାରେ ଯିବାବେଳେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହାପରେ ପରସ୍ପର ଉପରେ ଆକ୍ରମଣ କରିଥିଲେ ଦୁଇ ସାହିର ଉତ୍ୟକ୍ତ ଯୁବକ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ନିୟନ୍ତ୍ରଣ କରିବାରେ ଅସଫଳ ରହିଛି ପୋଲିସ ।