କମେଣ୍ଟ ମରା ପଡିଲା ମହଙ୍ଗା, ୧୦ଜଣ ଗୁରୁତର ଆହତ, ୧୨ଜଣଙ୍କୁ ଥାନାରେ ଅଟକ

ପୁରୀ : କମେଣ୍ଟ ମରାକୁ କେନ୍ଦ୍ରକରି ଆଜି ପୁରୀ ବଳିଆପଣ୍ଡା ବସ୍ତି ରକ୍ତରଞ୍ଜିତ ହୋଇଥିବା ସୂଚନା ମିଳିଛି । ଏହି ଝଗଡାରେ ପ୍ରାୟ ୧୦ ଜଣ ଆହତ ହେବା ସହ ଗୁରୁତର ଅବସ୍ଥାରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛିି । ତେବେ ଉତ୍ତକ୍ତ ଲୋକମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ସମୟରେ ଦୁବୁର୍ତ୍ତମାନେ ପୁଲିସ ଉପରକୁ ଲ କ୍ଷ୍ୟ କରି ୫ ଟି ବୋମା ଫିଙ୍ଗି ଥିଲେ । ଏହିି ଘଟଣା ପ୍ରତିବାଦରେ ଲୋକମାନେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଅନ୍ୟପଟେ ପୁଲିସ ଉଭୟ ପ କ୍ଷରୁ ୧୨ ଜଣଙ୍କୁ ଥାନାକୁ ନେଇ ଅଟକ ରଖିଛି । ଦୀର୍ଘ ୪ ଘଣ୍ଟା କାଳ ବଳିଆପଣ୍ଡା ଅଞ୍ଚଳରେ ଛକାପଞ୍ଛା ଲାଗି ରହିଥିବା ବେଳେ ପୁଲିସ ପରିସ୍ଥିତିକୁ ଆୟତ୍ତ କରିବାରେ ନାକେଦମ ହୋଇଥିବାର ସୂଚନା ମିଳିଛି ।