ବାତ୍ୟା ଓ ବନ୍ୟାଜନିତ କ୍ଷୟକ୍ଷତି ପାଇଁ ରାଜ୍ୟ ସରକାର ଦାୟୀ: ବିଜେପି

ଭୁବନେଶ୍ୱର : ତିତିଲି ବାତ୍ୟା ଓ ବାତ୍ୟା ପରବର୍ତୀ ବନ୍ୟା ପରିସ୍ଥିତିକୁ ପରିଚାଳନା କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ଫେଲ ହୋଇଛନ୍ତି । ପାଣିପାଗ ବିଭାଗ ତରଫରୁ ବାରମ୍ବାର ସୁଚନା ଦିଆଯିବା ସତ୍ୱେ ରାଜ୍ୟ ସରକାର ଏହାକୁ ଅତ୍ୟନ୍ତ ଖାମଖିଆଲି ଭାବେ ଗ୍ରହଣ କରିଥିଲେ । ଏହି କାରଣରୁ ଆଜି ବାତ୍ୟା ଓ ବନ୍ୟା ପ୍ରପିଡିତ ଲକ୍ଷ ଲକ୍ଷ ଜନତା ନାନାଦି କଷ୍ଟ ଭୋଗୁଛନ୍ତି । ‘ଜିରୋ କାଜୁଆଲଟି’ କହି ରାଜ୍ୟ ସରକାର ବାସ୍ତବ ସ୍ଥିତିକୁ ଅସ୍ୱୀକାର କରିବା ସହ ମିଛଠାରେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି । ସତ୍ୟ ପଦାକୁ ଆସିଲାଣି । ତେଣୁ ରାଜ୍ୟ ସରକାର ନାଟକବାଜୀ ବନ୍ଦ କରି ତୁରନ୍ତ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରିବାକୁ ବିଜେପି ଦାବୀ କରିଛି । ତିତଲି ବାତ୍ୟା ଏବଂ ପରେ ବନ୍ୟା ପରିସ୍ଥିତି ପରଖିବା ପାଇଁ ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ୩ ଟି ଟିମ୍ ଗଠନ ହୋଇଥିଲା । ଏହି ୩ଟି ଟିମ୍ ଗଂଜାମ,ଗଜପତି ଏବଂ ରାୟଗଡା ଜିଲ୍ଲାରେ ପହଂଚି ବନ୍ୟା ସ୍ଥିତିକୁ ଦେଖିବା ସହ ଜଳବନ୍ଦୀ ଲୋକଙ୍କ ପାଖରେ ରିଲିଫ୍ ପହଂଚାଇଥିଲେ । ଏପରିକି ଗସ୍ତ ସମୟରେ ବିଜେପି ପ୍ରତିନିଧି ଦଳର ସଦସ୍ୟମାନେ ପଡିରହିଥିବା ଗଛ କାଟି ରାସ୍ତା ସଫା କରିବା ସହ ଗମନାଗମନର ସୁବିଧା କରିଥିଲେ  ରାଜ୍ୟସରକାରଙ୍କ ତୃଟିପୂର୍ଣ୍ଣ ପରିଚାଳନା ଏବଂ ଆସନ୍ନ ବନ୍ୟାର ସମ୍ମୁଖୀନ ହେବା ପାଇଁ ଆବଶ୍ୟକ ପ୍ରାକ୍ ପ୍ରସ୍ତୁତି ନଥିବାରୁ ବିଶେଷକରି ଗଂଜାମ, ଗଜପତି, ରାୟଗଡା ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖା ଦେଇଛି । ଏଥି ସତ୍ୱେ ଗତକାଲି ସଂଧ୍ୟା ସୁଦ୍ଧା ଜଳବନ୍ଦୀ ଲୋକଙ୍କ ପାଖରେ ରିଲିଫ ସାମଗ୍ରୀ, ପିଇବା ପାଣି, ଶୁଖିଲା ଖାଦ୍ୟ, ଔଷଧ ଆଦି ଅତ୍ୟାବଶକୀୟ ସାମଗ୍ରୀ ନପହଂଚାଇ ପାରିବା ରାଜ୍ୟସରକାରଙ୍କ ସମ୍ବେଦନହୀନତାର ପରିଚୟ ଦେଇଛି ବୋଲି ଅଭିଯୋଗ କରିବା ସହ ନୈତିକତା ଦୃଷ୍ଟି କାରଣରୁ ସ୍ୱତନ୍ତ୍ର ରିଲିଫ କମିଶନର ତୁରନ୍ତ ଇସ୍ତଫା ଦେବା ପାଇଁ ବିଜେପି ଦାବୀ କରିଛି । ଗଜପତି ଜିଲ୍ଲାର ବାତ୍ୟା ଓ ବନ୍ୟାଂଚଳ ଗସ୍ତରେ ଯାଇଥିବା ପ୍ରତିନିଧି ଦଳର ନେତୃତ୍ୱ ନେଇଥିବା ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ, ଗଜପତି ଜିଲ୍ଲାର ମୋହନା, ରାୟଗଡ, ଉଦୟଗିରି, ଚନ୍ଦ୍ରଗିରି, ପାରଳାଖେମୁଣ୍ଡି ଅଂଚଳ ବାତ୍ୟା ଏବଂ ବନ୍ୟା ଯୋଗୁଁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ସେହିପରି ଏହି ଦୁର୍ବିପାକ ଯୋଗୁଁ କେବଳ ଗଜପତି ଜିଲ୍ଲାର ରାୟଗଡ ବ୍ଲକରେ ୩୭ ଜଣ, ଗୋସାଣି ବ୍ଲକରେ ୩ ଜଣ ଏବଂ ଗଂଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀର ପାତ୍ରପୁର ବ୍ଲକରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ୩ରୁ ଅଧିକ ବର୍ତମାନ ସୁଦ୍ଧା ନିଖୋଜ ଅଛନ୍ତି । ଏହାକୁ ଗ୍ରହଣ ନକରି ଜିରୋ କାଜୁଆଲିଟି କହି ନିଜର ଡିଣ୍ଡିମ ପିଟିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ।
ଶ୍ରୀ ବକି ୍ସପାତ୍ର କହିଛନ୍ତି ଯେ, ଗଜପତି ଜିଲ୍ଲା ରାୟଗଡ ବ୍ଲକରେ ପାଖାପାଖି ୧୫/୨୦ କିମି ପର୍ଯ୍ୟନ୍ତ ପାହଡ ଧସି ଆସିବା ଫଳରେ ଅନେକ
ଲୋକ ମୃତ୍ୟୁର ଶିକାର ହୋଇଛନ୍ତି, ଯାହାକି ଅତ୍ୟନ୍ତ ହୃଦୟ ବିଦାରକ ଥିଲା । ଅନ୍ୟ ପଟେ ଗତ କାଲି ସଂଧ୍ୟା ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ
ନପହଂଚିବା ଏବଂ ମୃତ୍ୟୁ ଘଟଣାକୁ ସ୍ୱୀକାର କରିବାକୁ ରାଜ୍ୟସରକାର ପ୍ରସ୍ତୁତ ନଥିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ଏଭଳି ଭୟଙ୍କର ବାତ୍ୟା ଓ ବନ୍ୟା ସଂପର୍କିତ କୈାଣସି ସୁଚନା ସରକାରୀ ସ୍ତରରେ ସେହି ଅଂଚଳବାସୀଙ୍କୁ ଦିଆଯାଇନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏହି କାରଣରୁ ପାହାଡ ଉପରେ ଆଶ୍ରୟ ନେଥିଲେ । ଗଙ୍ଗାବାଡ ଗ୍ରମାପଂଚାୟତରେ କାଲି ସଂଧ୍ୟା ୫ ଟା ସୁଦ୍ଧା କୌଣସି ରିଲିଫ୍
ସାମଗ୍ରୀ, ପିଇବା ପାଣି, ରନ୍ଧା ଖାଦ୍ୟ, ପଲିଥିନ ଆଦି ପହଂଚି ନଥିଲା । ରାଜ୍ୟସରକାର ଗଣମାଧ୍ୟମ ଦ୍ୱାରା ବାତ୍ୟା ପାଇଁ ଲୋକଙ୍କୁ ସତର୍କ କହିବାକୁ କହି ଖୋଦ୍ ନିଜେ ବାତ୍ୟା ଏବଂ ବନ୍ୟାର ମୁକାବିଲା କରିବା ପାଇଂ ଆଦୌ ପ୍ରସ୍ତୁତ ନଥିଲେ । ଏସମସ୍ତ ମୃତ୍ୟୁ ପାଇଁ ଖୋଦ୍ ରାଜ୍ୟସରକାର ଦାୟୀ । ଏଭଳିକି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଏଭଳି ଘଟଣାକୁ ହାଲୁକା ଭାବେ ନେଇ ମିଡିଆରେ ଏଭଳି ହୃଦୟ ବିଦାରକ ଘଟଣାକୁ ସ୍ୱାଭାବିକ କହବା ସହି ଅନ୍ୟ ଦେଶର ଉଦାହରଣ ଦେଇ ଶସ୍ତା ବୟାନବାଜି କରିବା ଏବଂ ଖସିଯିବାର ପ୍ରୟାସ କରିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ଜିଲ୍ଲାପାଳ ରିଲିଫ ବଟଂନକୁ ନେଇ ଯେଉଁ ତଥ୍ୟ ଦେଇଥିଲେ ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା । ଜିଲ୍ଲାପଳଙ୍କ ପାଖରେ ବଂଟନ ପାଇଁ ପର୍ଯ୍ୟାପ୍ତ ରିଲିଫ ସାମଗ୍ରୀ ନଥିଲା । ଯାହା ଥିଲା ତାହା ବଂଟା ହୋଇଛି ଏବଂ ରିଲିଫ ଆସିଲେ ଲୋକଙ୍କୁ ଦିଆଯିବ ବୋଲି ଖୋଦ୍ ଜିଲ୍ଲାପାଳ ସୂଚନା
ଦେଇଥିଲେ । ରିଲିଫ ବଂଟନ ବ୍ୟବସ୍ଥା ସଂପୂର୍ଣ୍ଣରୂପେ ଫେଲ୍ ମାରିଛି ବୋଲି ଶ୍ରୀ ବକ୍ସିପାତ୍ର ଅଭିଯୋଗ କରିଛନ୍ତି । ପଡି ରହିଥିବା ଗଛକୁ କାଟିବା ପାଇଁ ଜଙ୍ଗଲ ବିଭାଗ ୩୬ ଘଂଟାରୁ ଉର୍ଦ୍ଧ ସମୟ ନେଉଥିବାବେଳେ ସାହାଯ୍ୟ ପାଇଁ କେନ୍ଦ୍ରରୁ ଆସିଥିବା ୧୩ଟି ଏନଡିଆରଏଫ ଟିମ୍କୁ ରାଜ୍ୟସରକାର ସଠିକ୍ ଭାବରେ ବିନିଯୋଗ କରିପାରୁନାହାଁନ୍ତି ବୋଲି ଶ୍ରୀ ବକ୍ସିପାତ୍ର ଅଭିଯୋଗ କରିଛନ୍ତି । ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଓବିସି ମୋର୍ଚ୍ଚାର ଏକ ପ୍ରତିନିଧୀଦଳ ଗଂଜାମ ଜିଲ୍ଲାର ଆସ୍କା ଏନଏସିର ବିଭିନ୍ନ ଗ୍ରାମ ଗସ୍ତ କରି ବାତ୍ୟା ଏବଂ ବନ୍ୟା ସ୍ଥିତି ପରଖିଛନ୍ତି । ଋଷିକୁଲ୍ୟା ନଦୀର ନବରତ୍ନ ବନ୍ଧ ଏବଂ ବଡ ନଦୀର ନୁଆପଲ୍ଲୀ ବନ୍ଧରେ ଘାଇ ହେବା ପରେ ୭/୮ ଫୁଟରେ ପାଣି ମାଡି ଆସି ସାରା ଆସ୍କା ସହର ଜଳାର୍ଣ୍ଣବ ହୋଇଥିଲା । ଦୀର୍ଘ ୩୬ ଘଂଟା ଧରି ପାଣି ଘରରେ ଥିଲା । ସାଧାରଣ ଜନତାଙ୍କ ସମେତ\ ବ୍ୟବସାୟୀମାନଙ୍କର ଅପୂରଣୀୟ କ୍ଷତି ହୋଇଛି । ଏହା ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ । ଜଳସେଚନ ବିଭାଗର ନମି ୍ନ ମାନର କାର୍ଯ୍ୟ ଯୋଗୁ ଏଭଳି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ଅଭିଯୋଗ କରିଛନ୍ତି । ବନ୍ୟାପାଇଁ ରାଜ୍ୟସରକାରଙ୍କ ପୂର୍ବ ପ୍ରସ୍ତୁତି ନଥିଲା ଏବଂ ବନ୍ୟା ପରେ ବନ୍ୟା ପ୍ରପୀଡିତଙ୍କ ପାଖରେ ରିଲିଫ ସାମଗ୍ରୀ ପହଂଚାଇବାରେ ବିଫଳ ହୋଇଛନ୍ତି । ଧରାକୋଟ ବ୍ଲକର ଝରଡା ପଂଚାୟତରେ ୩୦୦ ମିଟରର ଘାଇ ହୋଇଛି । ମେ ମାସରେ ବନ୍ଧ କାମ ହୋଇଥିବାବେଳେ ବାତ୍ୟା ପରେ ହୋଇଥିବା ବର୍ଷା ଯୋଗୁଁ ବନ୍ଧ ଧୋଇ ହୋଇଯାଇଛି । ସେହିପରି ନଦୀର ଆରପଟେ ୧୦ ମାଇଲର ଏକ ଘାଇ ସୃଷ୍ଟି ହୋଇଛି । ଏଥିପାଇଁ ଜଳସେଚନ ବିଭାଗ ଦାୟୀ । ରିଲିଫ କୋର୍ଡ ଅନୁଯାୟୀ ବାତ୍ୟା କିମ୍ବା ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ଜିଲ୍ଲାପାଳ ୩ ଦିନ କିମ୍ବା ୭ଦିନର ରିଲିଫ ଦେବାର ବ୍ୟବସ୍ଥା ରହିଛି । ଏହା ସତ୍ୱେ ଜିଲ୍ଲାପାଳ ଅସହାୟ ଭାବେ ହାତ ଉପରକୁ ଟେକି ବସି ରହିଛନ୍ତି । ଏହା ଶାସକ ବିଜେଡିର ଦୁର୍ନୀତି ଏବଂ ପିସିର ନିଦର୍ଶନ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ବିଜେପି ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ଯୁବମୋର୍ଚ୍ଚାର ଏକ ପ୍ରତିନିଧୀ ଦଳ ଗଂଜାମ ଜିଲ୍ଲାର ଗୋପାଳପୁର,
ରଙ୍ଗେଇଲୁଣ୍ଡା, ଚିକିଟି ଏବଂ ଦିଗପହଣ୍ଡି ବ୍ଲକର ବିଭିନ୍ନ ସ୍ଥାନ ଗସ୍ତ କରି ବନ୍ୟା ଏବଂ ବାତ୍ୟା ସ୍ଥିତି ପରଖିଛି । ଗଂଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ବନ୍ୟା
ପାଣି ବିପଦ ସଂକେତ ଉପରେ ଚାଲିଥିବା ସମୟରେ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିନାହିଁ । ଏହି ବନ୍ୟା ସଂପୂର୍ଣ୍ଣରୂପେ ମନୁଷ୍ୟକୃତ । ଜଳ
ସେଚନ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅକାମୀ ହୋଇ ରହିଛି । ଛତ୍ରପୁର, ଚକିଟି, ଗୋପାଳପୁର ଏବଂ ଦିଗପହଣ୍ଡି ନିର୍ବାଚନମଣ୍ଡଳୀରେ ବ୍ୟାପକ
କ୍ଷୟକ୍ଷତି ହୋଇଛି । ରାଜ୍ୟରେ ଜନଜୀବନ ସୁରକ୍ଷା ସରକାରଙ୍କ ପ୍ରାଥମିକ ଦାୟୀତ୍ୱ, କିନ୍ତୁ ଏହା ନକରି ମିଛ କଥା କହି ପୁରସ୍କାର ପାଇବା ପାଇଁ
ସରକାର ଜିରୋ କାଜୁଆଲିଟି ଏବଂ ୧୦୦ ପ୍ରତିଶତ ସ୍ଥାନାସ୍ତରିତ କଥା କହି ନିର୍ବାଚନ ପାରିହେବା କଥା ଭାବିଛନ୍ତି ବୋଲି ରାଜ୍ୟ ବିଜେପି ସାଧାରଣ
ସଂପାଦକ ଶ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି । ରଙ୍ଗେଇଲୁଣ୍ଡା ବକ୍ଲରେ ୪୯ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କଥା କହୁଥିବା ସମୟରେ କେ।।ଣସି ଗୋଟିଏ ବାତ୍ୟା ଆଶ୍ରୟ ସ୍ଥଳୀରେ୨୦/୨୫ ଜଣରୁ ଅଧିକ ଲୋକକୁ ଦେଖିବାକୁ ମିଳିନାହିଁ । ସେହିପରି ୩ ଲକ୍ଷ ଲୋକଙ୍କୁ ଘରୁ ନେଇ ବାତ୍ୟା ସ୍ଥଳିରେ ରଖିଛନ୍ତି ବୋଲି ସରକାର ବରମ୍ବାର ମିଥ୍ୟା କହି ଚାଲିଥିଲେ । ଜିଲ୍ଲାର କୌଣସି ସ୍ଥାନରେ ୬୦/୭୦ ଜଣରୁ ଅଧିକ ଲୋକଙ୍କ ପାଇଁ ଖାଦ୍ୟ ରନ୍ଧା ହୋଇନଥିଲା । ରାଜ୍ୟସରକାର ବାତ୍ୟାକୁ ନେଇ ରାଜନୈତିକ ଫାଇଦା ଉଠାଇବା ପାଇଁ ଚାହିଁଥିଲେ । ଛତ୍ରପୁରରେ ୭ ଟି ପଂଚାୟତ ୨୦ଟି ଗାଁରେ ଜଳବନ୍ଦୀରେ ଅଛନ୍ତି । ସେମାନଙ୍କ ପାଖରେ ପିଇବା ପାଣି, ଔଷଧ, ଖାଦ୍ୟ ଆଦି ଦେବା ପରିବର୍ତେ କିଛି ଶୁଖିଲା ଖାଦ୍ୟ ଦେଇ ଲିଲିଫ କ୍ୟାଂପ ହଟାଇଦେବାର ବ୍ୟବସ୍ଥା କରାଗଲାଣି । ଏପରିକି ଜିଲ୍ଲା ପ୍ରଶାସନ ତରଫରୁ ରନ୍ଧା ଖାଦ୍ୟ ଯୋଗାଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଓ ଅମ୍ବେଦନଶୀଳତାର ପରିଚୟ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଚିକିଟି ଏବଂ ରଙ୍ଗେଇଲୁଣ୍ଡା ଅଂଚଳରେ ପାଣି ସମୁଦ୍ର ଭିତରକୁ ଯିବା ପାଇଁ ମୁହାଣ ବନ୍ଧ ହୋଇଥିଲା । କିନ୍ତୁ ମୁହାଣ ବନ୍ଧ ହେବା ଯୋଗୁଁ ଏହି
୨ଟି ବ୍ଲକ ବିଶେଷ ଭାବେ କ୍ଷୟକ୍ଷତି ହୋଇଛି । କନ୍ଧମାଳ ଏବଂରାୟଗଡା ଜିଲ୍ଲାରେ ହଜାର ହଜାର ହେକ୍ଟର ଜମି ବନ୍ୟା ଯୋଗୁଁ ନଷ୍ଟ ହୋଇଛି । ସମସ୍ତ ଜମିର କ୍ଷୟକ୍ଷତି ଦଳୀୟ ଭିତିରେ ଆକଳନ ନକରି ନିରପେକ୍ଷ ଏବଂ ସଠିକ୍ ଭାବେ କରାଯାଉ ବୋଲି ବିଜେପି ଦାବି କରିଛି । ଏଥି ସହ ଯେଉଁମାନଙ୍କ ତୃଟି ଯୋଗୁଁ ଏଭଳି ଏକ ଅଘଟଣ ଘଟିଛି ସେମାନଙ୍କ ଉପରେ ରାଜ୍ୟସରକାର ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ନେବା ସହ କ୍ଷୟକ୍ଷତିର ଆକଳନ ଠିକ୍ ଭାବେ କରି କ୍ଷତିପୂରଣ ଦିଅନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।