ସାବତ ମା’ଙ୍କ ବର୍ବରକାଣ୍ଡ, ଝିଅକୁ ଦେଖାଉଥିଲେ ବ୍ଲୁ-ଫିଲ୍ମ

ଦେଶରେ ସାବତ ମାଙ୍କ ଘୃଣ୍ୟ ଅପରାଧ ଦିନକୁ ଦିନ ବଢିବାରେ ଲାଗିଛି । କିଛିଦିନ ତଳେ ଶ୍ରୀନଗରେ ଜଣେ ସାବତ ମାଆ ନିଜ ପୁଅ ସମେତ 3 ଜଣଙ୍କୁ ପ୍ରୋତ୍ସାହିତ କରି ନିଜର ସାବତ ଝିଅ ସହ ବଳତ୍କାର କରାଇ ତାକୁ ଜୀବନରୁ ଅତି ନିର୍ମମ ଭାବେ ମାରିଦେଇଥିଲା । ପୁଣି ଆଜି ଏଭଳି ଘୃଣ୍ୟ କାମ ଘଟିଛି ନୂଆଦିଲ୍ଲୀରେ । ରାଜଧାନୀ ନୂଆଦିଲ୍ଲୀର ଏକ ଘରୋଇ ସ୍କୁଲରେ ପାଠ ପଢୁଥିବା ଜଣେ ଛାତ୍ରୀ ଏମିତି ଅଭିଯୋଗ କରିଛନ୍ତି। ଯାହାକୁ ଭିତ୍ତି କରି ପୁଲିସ୍‌ ପୀଡିତା ଛାତ୍ରୀଙ୍କ ସାବତ ମା’ଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, ଏଠାରେ ରହୁଥିବା ଜଣେ ଡାକ୍ତରଙ୍କ ସ୍କୁଲ ପଢୁଆ ଝିଅ ଏହି ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ଡାକ୍ତରଙ୍କ ପତ୍ନୀ ବିୟୋଗ ପରେ ୩ ବର୍ଷ ତଳେ ସେ ଦ୍ୱିତୀୟ ବିବାହ କରିଥିଲେ। ସାବତ ମା’ ଆସିବା ପରେ ଡାକ୍ତରଙ୍କ ଝିଅ ଡରି ଯାଇଥିଲେ। କଥା କଥାକେ ଝିଅକୁ ସେ ମାରଧର୍‌ କରୁଥିଲେ ଓ ଡାକ୍ତର ବାବୁ ଡାକ୍ତରଖାନା ଚାଲିଯିବା ପରେ ସେ ସ୍କୁଲ ପଢୁଆ ଝିଅକୁ ଜୋର୍‌ କରି ବ୍ଲୁ ସିନେମା ଦେଖାଉଥିଲେ। ଉକ୍ତ ପୀଡିତା ଜଣଙ୍କ ସୂଚନା ଦେଇ କହିଥିଲେ ଯେ “ମୁଁ ସନ୍ଧ୍ୟାରେ ସ୍କୁଲରୁ ଘରକୁ ଫେରିଲେ ମା’ ଆଉ ମାମୁ ଏକାଠି ମୋତେ ଗୋଟେ ଘରକୁ ଡାକି ନିଅନ୍ତି। ତା ପରେ ମା’ କବାଟ ବନ୍ଦ କରିଦିଏ, ଆଉ ମାମୁ ମୋତେ ଖରାପ୍‌ ଫିଲ୍ମ ଦେଖିବାକୁ ବାଧ୍ୟ କରନ୍ତି। ଅଭିଯୋଗ ପରେ ପୁଲିସ୍‌ ପୀଡିତାଙ୍କ ସାବତ ମା’ଙ୍କୁ ପଚରା ଉଚରା କରୁଥିବା ବେଳେ ଅଭିଯୁକ୍ତ ମାମୁ ଫେରାର ହୋଇ ଯାଇଛନ୍ତି ବୋଲି ସୂଚନା ମିଳିଛି ।