ଜାଲ ରେଳବାଇ ନିଯୁକ୍ତିରେ କଟକରୁ ଜଣଙ୍କୁ ଗିରଫ କଲା ସିବିଆଇ

ଜାଲ ରେଳବାଇ ନିଯୁକ୍ତି ମାମଲାରେ ୩ଜଣଙ୍କୁ ଗିରଫ କରିଛି ସିବିଆଇ । ଗିରଫ ହୋଇତିବା ଅଭିଯୁକ୍ତ ମାନେ ହେଉଛନ୍ତି କଟକର କିଶୋର ଚନ୍ଦ୍ର ପ୍ରଧାନ, ପଶ୍ଚିମବଙ୍ଗର ନାରାୟଣ ପାତ୍ର ଓ ଗୋବିନ୍ଦ ସିହ୍ନା । ଗିରଫଙ୍କ ଠାରୁ ମୋବାଇଲ ଫୋନ, ଲାପଟମ ଆଦି ଜବତ ହୋଇଛି । ଆରଭିଏନଏଲ ନାଁରେ ଖୋଲାଯାଇଥିଲା ଏକ ଫେକ େଓ୍ବସାଇଟ । ଓଡିଶା ଓ ପଶ୍ଚିମବଙ୍ଗର ୬ଟି ସ୍ଥାନରେ ଚଢାଉ କରିଥିଲା ସିବିଆଇ । ଗିରଫ ପରେ ୩ ଜଣଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ସିବିଆଇ ନେଇଥିବାର ସୂଚନା ମିଳିଛି ।