ଆଜି ପ୍ରକାଶ ପାଇବ କଂଗ୍ରେସ ଜିଲ୍ଲା ସଭାପତିଙ୍କ ନାମ

Jitendra Singh takes charge as Minister of State (MoS) with Independent Charge of Youth Affairs and Sports at his office in New Delhi on Tuesday. Photo by-Parveen Negi 30/10/2012 31PUBOCT2012

ଭୁବନେଶ୍ୱର, ୯.୬.୨୦୧୮: ଆଜି ସନ୍ଧ୍ୟା ସୁଦ୍ଧା କଂଗ୍ରେସର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହେବ । ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଶ୍ରୀ ସିଂହ ଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି ଯେ, ଦଳର ୩୩ଟି ସାଙ୍ଗଠନିକ ଜିଲ୍ଲାରେ ସଭାପତି ନିଯୁକ୍ତ ହେବେ । କେତେକ ଜିଲ୍ଲାରେ କାର୍ଯ୍ୟକାରୀ ସଭାପତି ମଧ୍ୟ ନିଯୁକ୍ତ କରାଯାଇପାରେ । ଆଜି ନିରଞ୍ଜନ ଓ ୩ କାର୍ଯ୍ୟକାରୀ ସଭାପତିଙ୍କ ସହ ପ୍ରଭାରୀ ଓ ସହ ପ୍ରଭାରୀ ରାହୁଲଙ୍କୁ ଭେଟି ଆଲୋଚନା କରିଥିଲେ ।