ଟ୍ଵିନ୍‌ ସିଟିରେ ଜଳ ପରୀକ୍ଷଣ ଲାବୋରୋଟୋରି ଏବଂ ଜଳ ଯୋଗାଣ ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭୁବନେଶ୍ୱରର ପଳାଶୁଣିଠାରେ ଥିବା ନ୍ୟୁ କ୍ୟାପିଟାଲ୍‌ ଓ୍ଵାଟର ଓ୍ଵାର୍କସ୍‌ଠାରେ ୬୬କୋଟି ଟଙ୍କା ବ୍ୟୟରେ ନିର୍ମିତ ପାନୀୟ ଜଳ ପରୀକ୍ଷଣ ଲାବୋରୋଟୋରିକୁ ଉଦ୍‌ଘାଟନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ କଟକ ଯାଇ ଜବାହାର୍‌ଲାଲ୍‌ ନେହେରୁ ଇନ୍‌ଡ଼ୋର ଷ୍ଟାଡ଼ିୟମ୍‌ ନିକଟରେ ଆଉ ଏକ ଜଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।
କଟକରେ ସେ ୧୦୧ଟି ସହରାଞ୍ଚଳ ଲାଗି ୭୮୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୫୫୫ଟି ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ୭୪ଟି ସହରାଞ୍ଚଳ ଲାଗି ୧୫୭ କୋଟି ବ୍ୟୟରେ ନିର୍ମିତ ୧୮୨ଟି ଜଳ ଯୋଗାଣ ପ୍ରକଳ୍ପ ଏବଂ ୬ଟି ଜଳ ପରୀକ୍ଷଣ ଲାବୋରୋଟୋରିକୁ ଉଦ୍‌ଘାଟନ କରିଛନ୍ତି।
ନଭେମ୍ବରରେ ଓଡିଶା ଆସିବେ ମୋଦି : ଧର୍ମେନ୍ଦ୍ର ପ୍ରଧାନ
ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଖ୍ୟ ମନ୍ତ୍ରୀ ପ୍ରତାପ ଜେନା,କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା,ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ଦେବୀ ମିଶ୍ର,ଦେବାଶିଷ ସାମନ୍ତରାୟ,ପ୍ରମୋଦ ମଲ୍ଲୀକ ପ୍ରମ୍ମୁଖ ଉପସ୍ଥିତ ଥିଲେ ।