ଚାମ୍ପିଅନ୍ସ ଟ୍ରଫି : ଘୋଷଣା ହେଲା ଭାରତୀୟ ଦଳ

ସ୍ଥାନ ପାଇଲେନି ରାଇନା, ଗମ୍ଭୀର
ପାକିସ୍ତାନ ବିପକ୍ଷରୁ ଭାରତର ଅଭିଯାନ
ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆର ଅଂଶଗ୍ରହଣକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି  । ସୋମବାର ବିସିିସିଆଇର ବରିଷ୍ଠ ଚୟନକର୍ତ୍ତା ୧୫ଜଣିଆ ଦଳ ଘୋଷଣା କରିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦର ଦ୍ୱିତୀୟ ସର୍ବବୃହତ୍ ଟୁର୍ଣ୍ଣାମେଣ୍ଟ ଚାମ୍ପିଅନ୍ସ ଟ୍ରଫି ଆସନ୍ତା ଜୁନ ପହିଲାରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଛି । ଗତ ଚାମ୍ପିଅନ୍ସ ଟ୍ରଫିରେ ଭାରତ ବିଜେତା ହୋଇଥିଲା । ଏଥର ଏକ ଶକ୍ତିଶାଳୀ ଦଳ ଚାମ୍ପିଅନ୍ସ ଟ୍ରଫି ମୈଦାନକୁ ଓହ୍ଲାଇବ  । ଜୁନ୍ ୪ ତାରିଖରେ  ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳି ଭାରତ ଅଭିଯାନ ଆରମ୍ଭ କରିବ  । ନିୟମିତ ଅଧିନାୟକ ବିରାଟ କୋହଲିଙ୍କୁ ନେତୃତ୍ୱ ମିଳିଥିବା ବେଳେ ସୁରେଶ ରାଇନା ଓ ଗୌତମ ଗମ୍ଭୀରଙ୍କୁ ସ୍ଥାନ ମିଳିନି  । କିନ୍ତୁ ରୋହିତ ଶର୍ମା ଓ ମହମ୍ମଦ ସାମି ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଗତ ମାସ ୨୫ ତାରିଖ ଆଇସିସିକୁ ଦଳ ଘୋଷଣା ତାଲିକା ପଠାଇବାର ଶେଷ ତାରିଖ ଥିଲା । ମାତ୍ର ଆଇସିସି ସହ ଚାଲିଥିବା ରାଜସ୍ୱ ବିବାଦ କାରଣରୁ ବିସିସିଆଇ ଭାରତୀୟ ଦଳ ଘୋଷଣା ନିର୍ଦ୍ଧାରିତ ସମୟ ମଧ୍ୟରେ କରିପାରି ନଥିଲା । ଗତକାଲି ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ଦଳ ଖେଳିବା ନେଇ ନିଷ୍ପତ୍ତି ହୋଇଥିଲା ।
ଭାରତୀୟ ଦଳ: ବିରାଟ କୋହଲି(ଅଧିନାୟକ)
ରୋହିତ ଶର୍ମା
ଶିଖର ଧାୱନ
ଆଜିଙ୍କ୍ୟ ରାହାଣେ
ଯୁବରାଜ ସିଂ
କେଦାର ଯାଦବ
ଏମଏସ ଧୋନି
ହାର୍ଦ୍ଦିକ ପାଣ୍ଡ୍ୟା
ରବୀନ୍ଦ୍ର ଜାଡେଜା
ରବିଚନ୍ଦ୍ରନ ଅଶ୍ୱିନ
ଯଶପ୍ରୀତ ବୁମରା
ଉମେଶ ଯାଦବ
ଭୁବନେଶ୍ୱର କୁମାର
ମନୀଷ ପାଣ୍ଡେ
ମହମ୍ମଦ ସାମି