ସେଓ ପେଟିରୁ ମିଳିଲା ୨୦୦ କୋଟି ଟଙ୍କାର ବ୍ରାଉନସୁଗାର

https://www.facebook.com/nnsodia/videos/267154983995629/?t=5

ଜାମ୍ମୁ : ଜମ୍ମୁ-କାଶ୍ମୀର କୁପୱାଡାରରେ ଟ୍ରକରୁ ଜବତ କରାଯାଇଚି ବ୍ରାଉନସୁଗାର | ଏହାକୁ ଜବତ କରିଛନ୍ତି ଏନସିବି |ଆଫଗାନିସ୍ତାନ-ପାକିସ୍ତାନ ରାସ୍ତା ଦେଇ ଭାରତକୁ ଆସୁଥିବା ୩ଟି ଟ୍ରକରୁ ୫୦ କିଲୋ ହିରୋଇନ ଜବତ କରାଯାଇଛି । ଏହାକୁ ଦିଲ୍ଲୀ ପଠାଯାଉଥିବାର ସୂତ୍ରରୁ ପ୍ରକାଶ ହୋଇଛି । ଜମ୍ମୁ-କାଶ୍ମୀରର ନ୍ୟାସନାଲ ହାଇୱେର ଟୋଲ ପ୍ଲାଜା ନିକଟରେ ସେଓ ବୋଝେଇ ଟ୍ରକ ଯାଞ୍ଚ କରିବା ସମୟରେ ହିରୋଇନ ଜବତ କରିଥିଲା ଏନସିବି । ଯେଉଁ ସେଓ ବକ୍ସରେ ହିରୋଇନ ଅଣାଯାଇଥିଲା ସେଗୁଡିକ ଅନ୍ୟ ବକ୍ସ ଠାରୁ ଭିନ୍ନ ଥିଲା । ଯେଉଁଥିପାଇଁ ଏନସିବିର ସନ୍ଦେହ ହୋଇଥିଲା ଓ ଏହି ବକ୍ସକୁ ଖୋଲିବା ପରେ ଏଥିରୁ ୫୦ କିଲୋ ହିରୋଇନ ଜବତ କରିଥିଲା । ଏନସିବି ଅନୁଯାୟୀ, ଏହା ପାକିସ୍ତାନ ସଡକ ପଥ ଦେଇ ଭାରତରେ ପହଞ୍ଚିଥିଲା । ଯାହାକୁ କୁପୱାଡା ଦେଇ ଦିଲ୍ଲୀକୁ ନେବାର ଯୋଜନା କରାଯାଉଥିଲା । କିନ୍ତୁ ମଝି ରାସ୍ତାରେ ଏନସିବି ପଞ୍ଝାରେ ପଡିଥିଲା ଏହି ଟ୍ରକ । ଯେଉଁଥିରୁ ୨୦୦ କୋଟି ଟଙ୍କାର ଧଳା ଜହର ଜବତ କରିଥିଲା ଏନସିବି । ଏହାଛଡା ଯଦି ଡ୍ରାଇଭର ଏହାକୁ ଦିଲ୍ଲୀରେ ପହଞ୍ଚାଇ ଦେଇଥାନ୍ତେ ତେବେ ଏଥିପାଇଁ ତାଙ୍କୁ ସାଢେ ୪ ଲକ୍ଷ ଟଙ୍କା ଦିଆଯାଇଥାନ୍ତା । ତେବେ ଦିଲ୍ଲୀର ନିର୍ଦ୍ଦିଷ୍ଟ କେଉଁ ସ୍ଥାନକୁ ଏହା ପଠାଯାଉଥିଲା ତାହା ଡ୍ରାଇଭର ଦିଲ୍ଲୀରେ ପହଞ୍ଚିବା ପରେ ହ୍ୱାଟସଆପ ମାଧ୍ୟମରେ ସୂଚନା ଦିଆଯାଇଥାନ୍ତା । ଏନସିବି ଡେପୁଟି ଡାଇରେକ୍ଟର ଜେନେରାଲ ଏସକେ ଝାଙ୍କ ମୁତାବିକ, ଗତ ଦେଢ ମାସ ମଧ୍ୟରେ ଆଫଗାନିସ୍ଥାନରୁ ଆସୁଥିବା ପ୍ରାୟ ୧୬୦ କିଲୋ ହିରୋଇନ ଜବତ କରାଯାଇଛି । ଅର୍ନ୍ତଜାତୀୟ ବଜାରରେ ଯାହାର ଆନୁମାନିକ ମୂଲ୍ୟ ୬୪୦ କୋଟି ହେବ ବୋଲି ଅନୁମାନ କରାଯାଉଛି । ତେବେ ଦିଲ୍ଲୀର କେଉଁ ସ୍ଥାନକୁ ଏହା ପଠା ଯାଉଥିଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ବୋଲି ସୂଚନା ମିଳିଛି |

 

ମତାମତ ଦିଅନ୍ତୁ

Please enter your comment!
Please enter your name here