ସାଧା ପୋଷାକ ପିନ୍ଧି ସର୍ଚ୍ଚ ଅପରେସନ ପଡିଲା ମହଙ୍ଗା, ପୁଲିସକୁ ଆତର୍କିତ ଆକ୍ରମଣ କଲେ ମଦ ବେପାରୀ

https://www.facebook.com/nnsodia/videos/267154983995629/?t=5

କଟକ: ସାଧା ପୋଷାକ ପିନ୍ଧିବା ପଡିଲା ମହଙ୍ଗା ସ୍ପେଶଲ ସ୍କ୍ୱାଡ୍ ପୁଲିସକୁ | ମଦବେପାରୀଙ୍କ ଧରିବା ପାଇଁ ଗଲାବେଳେ ପାଲଟା ଆତର୍କିତ ଆକ୍ରମଣ କରିଥିଲେ ସମ୍ପୃକ୍ତ ବ୍ୟବସାୟୀମାନେ | ଏପରି ଅଭାବନୀୟ ଘଟଣା ଘଟିଛି ବାରଙ୍ଗରେ | ସୁଚନାମୁତାବକ ଏହି ମଦ ବେପାରୀଙ୍କ କବଳରୁ ଖସିବାକୁ ପୁଲିସ ୩ ରାଉଣ୍ତ ଫାଙ୍କା ଗୁଳି ଚାଳନା ମଧ୍ୟ କରିଥିଲା | ଅନ୍ୟପଟେ ଏହି ଘଟଣାରେ ପୁଲିସ ଅଟକ ରଖିଥିବା ତ୍ରିଶୂଳିଆର ୩ ମଦ ବ୍ୟବସାୟୀଙ୍କୁ ଛାଡ଼ିବା ପାଇଁ ଗ୍ରାମବାସୀମାନେ ଥାନା ସାମ୍ନାରେ ରୁଣ୍ଡ ହେବାରୁ ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ, କାଳୀପୂଜା ଭସାଣି ପାଇଁ କମିସନରେଟ୍ ପୁଲିସ ଅଞ୍ଚଳରେ ମଦ ଦୋକାନ କାଉଣ୍ଟର ଏବ˚ ବାର ବନ୍ଦ ରହିଥିଲା । ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୂଳିଆ ବଜାରରେ ଥିବା ଏକ ମଦ ବାର ବାହାରେ ରାତି ପ୍ରାୟ ସାଢ଼େ ୮ଟା ବେଳେ ବେଆଇନ ମଦ ବିକ୍ରି ହେଉଥିବା ସଂପର୍କରେ ପୁଲିସର ସ୍ପେଶାଲ ସ୍କ୍ବାଡ୍ ଖବର ପାଇଥିଲା । ସ୍କ୍ବାଡ୍ ସଦସ୍ୟ ସାଦା ପୋଷାକରେ ବ୍ୟବସାୟୀଙ୍କ ଆଡ୍ଡାରେ ଚଢ଼ଉ କରିଥିଲେ । ଏମାନେ ସାଦା ପୋଷାକରେ ଥିବାରୁ ପ୍ରାୟ ୬ ଜଣ ମଦ ବ୍ୟବସାୟୀ ସ୍କ୍ବାଡ୍ ସଦସ୍ୟଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଉଭୟ ସ୍କ୍ବାଡ୍ କର୍ମଚାରୀ ଏବ˚ ମଦ ବ୍ୟବସାୟୀଙ୍କ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ହୋଇଥିଲା।ଆତ୍ମରକ୍ଷା ପାଇଁ ସ୍କ୍ବାଡ୍ କର୍ମଚାରୀ ଫାଙ୍କା ଗୁଳି ଚାଳନା କରିବାରୁ ବ୍ୟବସାୟୀମାନେ ଘଟଣା ସ୍ଥଳରୁ ଚମ୍ପଟ୍ ମାରିବାକୁ ଉଦ୍ୟମ କରିଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ କାବୁ କରି ବାରଙ୍ଗ ଥାନା ପୁଲିସ ଜିମା ଦିଆଯାଇଥିଲା । ଏହି ଘଟଣାକୁ ନେଇ ରାତି ପ୍ରାୟ ୧୧ଟା ବେଳେ ତ୍ରିଶୂଳିଆ ଅଞ୍ଚଳର ଶହେରୁ ଅଧିକ ଗ୍ରାମବାସୀ ଥାନାରେ ପହଞ୍ଚି ପୁଲିସର ଫାଙ୍କା ଗୁଳିଚାଳନାକୁ ପ୍ରତିବାଦ କରିବା ସହିତ ଅଟକ ଥିବା ୩ ଜଣଙ୍କୁ ଛାଡ଼ିବାକୁ ଦାବି କରିଥିଲେ । ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ସଂପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ବୋଲି ସୂଚନା ମିଳିଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here