ବିଜେଡି ସୋମବାର ଘୋଷଣା କରିବ ଚୂଡାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଏପ୍ରିଲ ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା କାଲି ଅର୍ଥାତ୍ ସୋମବାର ଠାରୁ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଛି । ପ୍ରଥମ ପର୍ଯ୍ୟାୟରେ ନିର୍ବାଚନକୁ ଯାଉଥିବା ରାଜ୍ୟର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରପୁଟ ଏହି ଚାରିଟି ଲୋକସଭା ଆସନ ସମେତ ଏହି ଚାରିଟି ଲୋକସଭା ଆସନ ଅଧୀନରେ ରହିଥିବା ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମଧ୍ୟ ଆସନ୍ତାକାଲିଠାରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଛି । ଏପରିସ୍ଥିତିରେ ଶାସକ ବିଜେଡି ଦଳର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ଆସନ୍ତାକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିବେ ବୋଲି ଦଳୀୟ ବରିଷ୍ଠ ନେତାମାନେ ସୂଚନା ଦେଇଛନ୍ତି । ଉଲ୍ଲେଖଯାଗ୍ୟ, ଏହି ସମସ୍ତ ନିର୍ବାଚନ ମଣ୍ଡଳୀ ପାଇଁ ଏକାଧିକ ପ୍ରାର୍ଥୀ ଦାବିଦାର ରହିଥିଲେ । ଗତ ପ୍ରାୟ ଏକ ସପ୍ତାହ ଧରି ଦକ୍ଷିଣ ଓଡ଼ିଶାର ଏହି ସମସ୍ତ ନିର୍ବାଚନ ମଣ୍ଡଳୀ ପାଇଁ ଦଳୀୟ ପ୍ରାର୍ଥୀ ହେବାକୁ ନେତାମାନେ ସେମାନଙ୍କ ସମର୍ଥକମାନଙ୍କୁ ଧରି ଲବି ଚଲାଇଥିଲେ । ତେବେ ସବୁୁ କଥା ବିଚାରକୁ ନେଇ ସବୁ ପକ୍ଷଙ୍କ ସହ ଆଲୋଚନା କରି ଅଧିକ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ଚୂଡାନ୍ତ ଦଳୀୟ ପ୍ରାର୍ଥୀଭାବେ ବାଛିଥିବା ବିଶ୍ୱସ୍ତ ସୂତରୁ ଜଣାପଡ଼ିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବି ଏହି ପ୍ରାର୍ଥୀ ତାଲିକା ଉପରେ ନବୀନ ତାଙ୍କର କସରତ ଜାରି ରଖିଛନ୍ତି ।

ପଶ୍ଚିମ ଓଡ଼ିଶାରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!