୧୯ ବର୍ଷର ବିଜେଡି ସରକାରଙ୍କର ଦୁର୍ନୀତି ଆଉ ଅପାରଗତାର ଜନତା କରିବେ ବିଚାର : ବିଜେପି

 ସ୍ଥାଣୁତା, ଅପାରଗତା ଓ ଦୁର୍ନିତୀ ବିରୋଧରେ ଜନତାଙ୍କ ଅଭିଯୋଗର
ହେବ ଶୁଣାଣି
 ୧୧ ଫେବୃଆରୀରୁ ଆରମ୍ବ ହୋଇ ୧୭ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ ଜନ
ଅଦାଲତ
 ଜନ ଅଦାଲତର ଏକ ବିଶେଷ ପୋଷ୍ଟର ରିଲିଜ କରାଯାଇଛି
ଭୁବନେଶ୍ୱର,ତା.୧୧/୦୧: ୧୯ ବର୍ଷର ସ୍ଥାଣୁ, ଅପାରଗ ଓ ଦୁର୍ନିତିଖୋର ସରକାର ବିରୋଧରେ ଦୁର୍ନୀତି ଭଷ୍ଟ୍ରାଚାରଠୁ ଆରମ୍ଭ କରି ପ୍ରିୟାପ୍ରିତି ତୋଷଣ ପର୍ଯ୍ୟନ୍ତ ଏସବୁର ଏକ ଲମ୍ବା ତାଲିକା ପ୍ରସ୍ତୁତ ହୋଇଛି । ଏହି ତାଲିକା ପଚାଂୟତରୁ ବ୍ଲକ ଓ ସଚିବାଳୟ ପର୍ଯ୍ୟନ୍ତ ଲମ୍ବିଛି । ପୌର ପରିଷଦରୁ ମୁନିସପାଲିଟି ଦେଇ ମୁନସିପାଲ କର୍ପୋସନ ଯାଏଁ ଲମ୍ବି ରହିଛି | ଭୁବନେଶ୍ୱର ଉନ୍ନୟନ କର୍ତୁପକ୍ଷ(ବିଡିଏ) ଏବଂ କଟକ ଉନ୍ନୟନ କର୍ତୁପକ୍ଷ(ସିଡିଏ) ଭଳି ସମସ୍ତ ଅନୁଷ୍ଠାନ ଗୁଡିକ ଦୁର୍ନିତୀ ଏବଂ ଭ୍ରଷ୍ଟାଚାରରେ ଲିପ୍ତ ଅଛନ୍ତି । ଏହି ଲମ୍ବା ତାଳିକାକୁ ଲୋକଙ୍କ ପାଖକୁ ପହଂଚାଇବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଠାରୁ ଜନ ଅଦାଲତ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଯାହା ୧୧ ଫେବୃଆରୀରୁ ଆରମ୍ଭ ହୋଇ ୧୭ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ ବୋଲି ଏହାର ଆରମ୍ଭ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପିର ରାଜ୍ୟ ଉପସଭାପତି ସମୀର ମହାନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ ଏହି ଜନ ଅଦାଲତ କାର୍ଯ୍ୟକ୍ରମ ରାଜ୍ୟର ୨୧ ଟି ସଂସଦୀୟ ନିର୍ବାଚନ ମଣ୍ଡଳୀରେ କରାଯିବ ।
ଶ୍ରୀ ମହାନ୍ତି କହିଛନ୍ତି ଏହି କାର୍ଯ୍ୟକ୍ରମ ବେଳେ ପ୍ରତ୍ୟକ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ଥାଣୁତା ଓ ଅପରାଗତାକୁ ସାମନାକୁ ଅଣାଯିବ । ସାଧାରଣ ଜନପ୍ରତିନିଧୀ ତଥା ବିଜୁଜନତା ଦଳର ବ୍ଲକ ଚ୍ୟାୟରମାନ୍ଠୁ ଆରମ୍ଭ ସରପଚଂ,ବିଧାୟକ ଏବଂ ସାଂସଦମାନଙ୍କ ଦୁର୍ନୀତି , ଭ୍ରଷ୍ଟାଚାର ଯୋଗୁଁ ସାଧାରଣ ଓଡିଆ ଲୋକମାନେ କିପରି ଅବହେଳିତ ହୋଇଛନ୍ତି ତାହାର ଏକ ୧୫ ମିନିଟ୍ର ଚାକୁସ ପ୍ରମାଣ କୁ ଲୋକମାନଙ୍କୁ ଦେଖାଯିବା
ଏହି ଜନ ଦାଲତ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ଏକ କୋର୍ଟ ରୁମର ପରିସର ଭଳି କରି ଜଣେ ସାଙ୍କେତିକ ଭାବେ ଜଜ୍ଙ୍କୁ ବସାଯିବାର ବ୍ୟବସ୍ଥା କରାଯାଇଛି । ଉପସ୍ଥିତ ଥିବା ଜନସାଧାରଣ ମାନେ ସ୍ଥାନୀୟ ଜନପ୍ରତିନିଧୀଙ୍କ ଉଦ୍ଦେଶ୍ୟରେ ସେମାନଙ୍କର ଅଭିଯୋଗ କହିବେ । ବିଚାରପତି ତାହାର ଶୁଣାଣି କରିବେ । ପରେ ବିଚାରପତି ଓ ସ୍ଥାନୀୟ ମାନ୍ୟଗଣ ବ୍ୟକ୍ତି ମାଧ୍ୟମରେ ଏହି ସରକାର ପରିବର୍ତନ କରିବାକୁ ଶପଥ ନେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ଜନ ଅଦାଳତ କାର୍ଯ୍ୟକ୍ରମ ଆଜି ୩ଟି ସ୍ଥାନ ଯଥା ବ୍ରହ୍ମପୁର, ପୁରୀ ଏବଂ
କଳାହାଣ୍ଡିରେ ଅନୁଷ୍ଠିତ ହେବ । ଆସନ୍ତା ଫେବୃୟାରୀ ୧୨ ତାରିଖରେ ମୟୁରଭଞ୍ଜ, ସମ୍ବଲପୁର ,କେନ୍ଦ୍ରପଡା, ଫେବୃଆରୀ ୧୩ ତାରିଖରେ ଢେଙ୍କାନାଳ,ନବରଙ୍ଗପୁର, କେନ୍ଦୁଝର, ଫେବୃଆରୀ ୧୪ ତାରିଖରେ ବରଗଡ, କଟକ ,କନ୍ଧମାଳ, ଫେବୃଆରୀ ୧୫ରେ ବାଲେଶ୍ୱର, କୋରାପୁଟ, ସୁନ୍ଦରଗଡ, ଫେବୃଆରୀ ୧୬ରେ ଭଦ୍ରକ ଓ ବଲାଙ୍ଗିର ଏବଂ ୧୭ ତାରିଖରେ ଭୁବନେଶ୍ୱର, ଯାଜପୁର,ଜଗତସିଂହପୁର ଆହି ଏହି ୨୧ଟି ଲୋକସଭା କ୍ଷେତ୍ରରେ ଜନ ଅଦାଲତ କାର୍ଯ୍ୟକ୍ରମ
ଅନୁଷ୍ଠିତ ହେବ । ଏହି ଅବସରରେ ଏକ ପୋଷ୍ଟର ରିଲିଜ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ ଉପସ୍ଥିତ ଥିଲେ ।