ପରିବାରର କଠୋର ନିୟମ ଲାଗି ଦେଶ ଛାଡିଲେ ଯୁବତୀ, ଟ୍ବିଟ କରି ମାଗିଲେ ସାହାଯ୍ୟ,ପଢନ୍ତୁ ପୂରା ଖବର…

ସାଉଦୀ ଆରବ: ଗୋଟିଏ ସନ୍ତାନ ପାଇଁ ଦୁନିଆର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ହେଉଛି ପରିବାର | କାରଣ ଦୁନିଆରେ ସବୁଠାରୁ ନିଜର କହିଲେ ପରିବାର ହିଁ ନିଜର ହୋଇଥାଏ | ତେବେ ଯଦି ପରିବାର ନିଜ ସନ୍ତାନକୁ କଷ୍ଟ ଦିଏ କିମ୍ବା ବନ୍ଦୀ କରିଥାଏ ତେବେ ଉକ୍ତ ସନ୍ତାନକୁ ବଞ୍ଚିବା ଲାଗି କଷ୍ଟକର ହୋଇପଡେ | ତେବେ ସମାନ ଘଟଣା ପରି ଆଜି ଏକ ଘଟଣା ସାମନାକୁ ଆସିଛି | ଜଣେ 18 ବର୍ଷୀୟ ଝିଅ ନିଜ ପରିବାରର କଠୋର କାର୍ଯ୍ୟନୁଷ୍ଠାନ ଲାଗି ଘର ଛାଡି ପଳାଇଥିବା ସୂଚନା ମିଳିଛି | ଏପରି ଅଭାବନୀୟ ଘଟଣା ଘଟିଛି ସାଉଦୀ ଆରବରେ | ବ୍ୟାଙ୍କକ୍ ବିମାନ ବନ୍ଦରରେ ଏହି ଯୁବତୀ ଜଣଙ୍କ ଧରାପଡିଥିବା ସୂଚନା ମିଳିଛି | ଏହି ଯୁବତୀ ଜଣଙ୍କ ହେଲେ ରହାଫ ମୋହମ୍ମଦ ଏମ୍ ଅଲକୁନୁନ୍ | ତାଙ୍କ ଅଭିଯୋଗ ମୁତାବକ, ସେ ତାଙ୍କ ଦେଶକୁ ଫେରିବାକୁ ଚାହାଁନ୍ତିନି ଓ ସେ ଫେରିଲେ ତାଙ୍କୁ ମାରିଦିଆଯାଇପାରେ ବୋଲି ସେ ଅବିଯୋଗ କରିଛନ୍ତି । ରହାଫଙ୍କ ପିତା ଜଣେ ବଡ ବ୍ୟବସାୟୀ । ଯୁବତୀ ସୂଚନା ଦେଇ କହିଛନ୍ତି ଯେ, ସେ ଜଣେ ନାସ୍ତିକ ଓ ତାଙ୍କ ପରିବାରର କଠୋର ନିୟମ ଠାରୁ ବଂଚିବା ପାଇଁ ତାଙ୍କ ପାଖରେ ଏହି ଗୋଟିଏ ହିଁ ରାସ୍ତା ଥିଲା । ସେଥିଲାଗି ସେ ଘର ଛାଡି ଦେବାକୁ ଚାହିଁଲେ | ରହାଫ ଟ୍ୱିଟ୍ କରିଛନ୍ତି କି, “ମୁଁ ଏକୁଟିଆ ରହିପାରିବି, ସ୍ୱତନ୍ତ୍ର ଓ ସେହି ସମସ୍ତ ଲୋକଙ୍କ ଠାରୁ ଦୂର ଯେଉଁମାନେ ମୋର ଗାରିମା ଓ ମୋର ମହିଳା ହେବାର ସମ୍ମାନ କରନ୍ତିନି । ମୋ ସହିତ ପରିବାର ଲୋକ ହିଂସ୍ର ବ୍ୟବହାର କରିଥିଲେ ଏବଂ ମୋ ପାଖରେ ଏହାର ପର୍ଯ୍ୟାପ୍ତ ପ୍ରମାଣ ଅଛି ।” ଏଥିସହ ରହାଫ ଏହି ଟ୍ୱିଟ କରି ଲୋକଙ୍କୁ ସାହାଯ୍ୟ ମାଗିଛନ୍ତି । ସଂଯୁକ୍ତ ରାଷ୍ଟ୍ରକୁ ବି ରହାଫ ନିଜ ପାଇଁ ଶରଣ ଦାବି କରିଛନ୍ତି । ଘରୁ ପଳାୟନ କରିବା ବିଷୟରେ ସେ କହିଲେ କି, “ମୁଁ କୁଏତରୁ କାରରେ ଏକ ଫ୍ୟାମିଲି ହଲିଡେ ପାଇଁ ଆସିଥିଲି । ସକାଳ ୪ଟା ହୋଇଥିଲା ଓ ପରିବାରର ସମସ୍ତ ଲୋକ ଶୋଇଥିଲେ । ମୁଁ ସୁଯୋଗ ଦେଖି ବନ୍ଦୀ ଜୀବନରୁ ମୁକ୍ତି ପାଇବା ପାଇଁ ପଳାୟନ କଲି ।” ସେ କୁହନ୍ତିି କି, ଥରେ ସେ ଚୁଟି କାଟିଦେଇଥିଲେ, ଯାହାପରେ ତାଙ୍କୁ ୬ ମାସ ପର୍ଯ୍ୟନ୍ତ ଘରେ ବନ୍ଦ କରି ପରିବାର ଲୋକ ରଖିଥିଲେ । ତାଙ୍କ ଫ୍ୟାମିଲି ବହୁତ କଠୋର ଓ ସେ ସେହି ଜୀବନରୁ ମୁକ୍ତି ପାଇବା ପାଇଁ ଚାହାଁନ୍ତି । ସେ ଆହୁରି କହିଛନ୍ତି କି, ସେ ଯେତେବେଳେ ୧୬ ବର୍ଷର ଥିଲେ, ସେବେଠାରୁ ଇସଲାମ ଧର୍ମ ଛାଡି ଦେଇଛନ୍ତି । ତାଙ୍କ ଘର ଲୋକ ଜାଣିଲେ ତାଙ୍କୁ ମାରିଦେବେ । ତେବେ ଏଭଳି ପରିସ୍ଥିତରେ ସେ କିପରି ସୁରକ୍ଷିତ ରହିବେ ତାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି |

ଲିଙ୍ଗ ପରିବର୍ତ୍ତନ କରି ଅଡୁଆରେ ମହିଳା, ପଢନ୍ତୁ ପୂରା ଖବର…