୧୨୦ ଜଣ ମହିଳାଙ୍କୁ ବଳାତକାର ଅଭିଯୋଗରେ ମନ୍ଦିର ମହନ୍ତ ଗରିଫ

ଚଣ୍ଡିଗଡ଼: ବିଭିନ୍ନ ସମୟରେ ମନ୍ଦିର ଓ ମଠର ମହନ୍ତ ଓ ସାଧୁମାନେ ମହିଳାଙ୍କୁ ପ୍ରତି ଅସଦାଚରଣ କରିବା ଏବଂ ବଳାତକାର କରିବା ପରି ଘଟଣା ବଢ଼ିଚାଲିଛି । ଅନେକ ସାଧୁ ବର୍ତମାନ ଜେଲରେ କଳାକୋଠରୀ ଭିତରେ ଅଛନ୍ତି । ଆଶାରାମ ବାପୁ ହୁଅନ୍ତୁ କି ହରିଆନାର ଗୁଲମିତସିଂ ରାମରହିମ କିମ୍ବା କେନ୍ଦ୍ରାପଡ଼ାର ସାରଥି ବାବା ହୁଅନ୍ତୁ ବର୍ତମାନ ସବୁ ଜେଲ୍ରେ ଅଛନ୍ତି । ଏବେ ଆଉ ଏକ ଘଟଣା ସେହି ହରିଆନାରେ ପଦାକୁ ଆସିଛି । ଜଣେ ମନ୍ଦିରର ମହନ୍ତ ଜଣେ କି ଦୁଇ ଜଣ ନୁହେଁ ୧୨୦ ଜଣ ମହିଳାଙ୍କୁ ବଳାତକାର କରିବାର ଅଭିଯୋଗ ଆସିଛି । କେବଳ ବଳାତକାର ନୁହେଁ ବିଭିନ୍ନ ଉପାୟରେ ମହିଳାଙ୍କୁ ବଳାତକାର କରିବା ସହ ଯେପରି ଧରା ନ ପଡ଼ିବା ପାଇଁ ବଳାକ୍ରାର ସମୟର ଭିଡିଓ ମଧ୍ୟ ବାବା ଉତୋଳନ କରି ରଖିଛନ୍ତି । ଏପରି ଏକ ଅଭିଯୋଗ ଆସିଛି ଜଣେ ମନ୍ଦିର ମହନ୍ତଙ୍କ ନାଁରେ । ଘଟଣାଟି ଘଟିଛି ହରିଆନାର ଫତେହାବାଦରେ ଥିବା ଏକ ମନ୍ଦିରରେ । କିଛି ଭିଡିଓ ଅନ୍ଲାଇନ୍ରେ ଲିକ ହେବା ପରେ ପୁଲିସ ଉକ୍ତ ମନ୍ଦିରର ମହନ୍ତକୁ ଗିରଫ କରିଛି ଏବଂ ତାଙ୍କଠାରୁ ୧୨୦ଟି ଅଶ୍ଳୀଳ ଭିଡିଓ ଜବତ କରିଛି । ଜଣେ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ ମହନ୍ତ ବାବା ଅମରପୁରୀ ନାମରେ ପରିଚିତ । ସେ ହରିଆନାର ଫତେହାବାଦର ତୋହନା ଅଂଚଳରେ ଥିବା ବାବା ବାଲକନାଥ ମନ୍ଦିର ମହନ୍ତ ଥିଲେ । ତେବେ ସେ ୧୨୦ ଜଣ ହମିଳାଙ୍କୁ ବଳାତକାର କରିଥିଲେ ଏବଂ ସେହି ସବୁ ଦୃଶ୍ୟକୁ ରେକଡିଂ କରି ରଖୁଥିଲେ । ପରେ ପରେ ସେହି ଦୃଶ୍ୟକୁ ମହିଳାମାନଙ୍କୁ ଦେଖାଇ ବ୍ଲାକ୍ମେଲିଂ କରୁଥିଲେ । ପରେ କିଛି ମହିଳାଙ୍କ ଅଭିଯୋଗରେ ପୁଲିସ ତାଙ୍କ ବାସସ୍ଥାନ ଉପରେ ଚଢ଼ାଉ କରି ୧୨୦ଟି ଭିଡିଓ କ୍ଲିିପ ଜବତ କରି ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here