ଭାରସାମ୍ୟ ହରାଇ ଗଛରେ ପିଟିଲା ଟାଟା ମ୍ୟାଜିକ, ୧୨ ଆହତ

https://www.facebook.com/nnsodia/videos/267154983995629/?t=5

ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଧୋବାଗୁଡ଼ାରେ ଶନିବାର ରାତି ଗୋଟାଏ ବେଳେ ଟାଟା ମ୍ୟାଜିକ୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯିବାରୁ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି | ସମସ୍ତ ଆହତ ଘର ରାଖ୍‌କୋଲାରେ ବୋଲି ସୂଚନା ମିଳୁଛି । ନିଜ ଗାଁକୁ ଫେରୁଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା । ସମସ୍ତ ଆହତ କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିକୁ ଯାଇଥିଲେ । ଡ୍ରାଇଭର ଓ ଅନ୍ୟ ଜଣେ ଗୁରୁତର ଯାତ୍ରୀଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନ୍ୟମାନଙ୍କୁ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଛି । ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତ ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ ବୋଲି ସୂଚନା ମିଳୁଛି ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here