ଦିଲ୍ଲୀରେ ୧୧ ଜଣଙ୍କ ମୃତ୍ୟୁ ଘଟଣା: ଧାର୍ମିକ ଅନ୍ଧବିଶ୍ୱାସରୁ ଆତ୍ମହତ୍ୟା ନା ହତ୍ୟା

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ: ଦିଲ୍ଲୀର ବୁରାରୀ ଅଞ୍ଚଳ ସନ୍ଥ ଲେନ୍ର ଏକ ଘରୁ ରବିବାର ୧୧ଜଣଙ୍କର ମୃତ ଦେହ ମିଳିଥିଲା । ଗୋଟିଏ ପରିବାରର ୧୧ ଜଣ ସଦସ୍ୟ ଯେଉଁ ଢଙ୍ଗରେ ମୃତ୍ୟୁବରଣ କରିଛନ୍ତି ତାକୁ ନେଇ ସନ୍ଦେହ ଦେଖାଦେଇଛି । ଏହି ମୃତ୍ୟୁ ପଛରେ କିଛି ଗୁଡ଼ ରହସ୍ୟ ରହିଥିବା କୁହାଯାଉଛି । ଘଟଣାଟି ରହସ୍ୟାବୃତ୍ତ ଥିବାରୁ ଏଥିରୁ ପର୍ଦ୍ଦା ହଟାଇବା ପାଇଁ କ୍ରାଇବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ଦୁଇ ଭାଇଙ୍କର ପରିବାର ଏଥିରେ ନିଶ୍ଚିହ୍ନ ହୋଇଯାଇଛନ୍ତି । ଏହା ନା ହତ୍ୟା ନା ଆତ୍ମହତ୍ୟା ତାର ଖୋଳତାଡ଼ ଚାଲିଛି । ଘରୁ ଜବତ ହୋଇଥିô କାଗଜପତ୍ରରୁ ମୃତ୍ୟୁ ପଛରେ ଧାର୍ମିକ କାରଣ କଥା କୁହାଯାଉଛି । ମୋକ୍ଷପ୍ରାପ୍ତୀ ପାଇଁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ ପ୍ରକାଶ ପାଉଛି । ୧୧ ଜଣଙ୍କ ଭିତରୁ ୧୦ ଜଣଙ୍କର ଶବ ଝୁଲନ୍ତା ଅବସ୍ଥାରେ ମିଳିଥିଲା ଓ ସମସ୍ତଙ୍କର ଆଖି ଓ ପାଟି ବନ୍ଦ ଥିଲା । ଏମାନଙ୍କ ଭିତରେ ଥିବା ୨ ଜଣ ଶିଶୁଙ୍କର ହାତଗୋଡ଼ ବନ୍ଧା ଥିଲା । ଜଣେ ୭୫ ବର୍ଷର ବୃଦ୍ଧା ବି ମୃତ୍ୟୁବରଣ କରିଛନ୍ତି । କିନ୍ତୁ ତାଙ୍କ ଶବ ଝୁଲନ୍ତା ଅବସ୍ଥାରେ ନ ମିଳି ତଳେ ପଡ଼ିଥିବା ଦେଖାଯାଇଥିଲା । ତାଙ୍କୁ କିଏ ତଣ୍ଟି ଚିପିଥିବା କଥା କୁହାଯାଉଛି ।
ମିଳିଥିବା ସୂଚନା ଅନୁସାରେ ମୃତକମାନେ ହେଲେ ୧. ନାରାୟଣଦେବୀ (୭୫) ତାଙ୍କ ଦୁଇ ପୁଅ ଭବେଶ (୫୦), ଲଳିତ (୪୫), ଝିଅ ପ୍ରତିଭା (୫୭), ଦୁଇ ବହୁ ସବିତା (୪୮), ଟିନା (୪୨), ପ୍ରତିଭାଙ୍କ ଝିଅ ପ୍ରିୟଙ୍କା (୩୩), ଭବେଶଙ୍କ ୩ ସନ୍ତାନ ମିନୁ (୨୩), ନିଧି (୨୫) ଓ ଧ୍ରୁବ (୧୫) ଏବଂ ଲଳିତଙ୍କ ପୁଅ ଶିବମ (୧୫) । ପ୍ରତିଭାଙ୍କର ଝିଅ ପ୍ରିୟଙ୍କାର ବିବାହ ସ୍ଥିର ହୋଇଥିଲା । ତାଙ୍କର ନିକଟରେ ବିବାହ ହୋଇଥାନ୍ତା । ପ୍ରତିଭା ବିଧବା ଥିବାରୁ ସେ ତାଙ୍କ ଦୁଇ ଭାଇଙ୍କ ସହ ରହୁଥିଲେ । ଦୁଇଭାଇଙ୍କର ୨ଟି ପ୍ଲାଏଉଡ୍ ଓ ତେଜରାତୀ ଦୋକାନ ଥିଲା । ନାରାୟଣ ଦେବୀଙ୍କ ବଡ଼ ପୁଅ ଅଛି । ତାଙ୍କର ନା ଦିନେଶ ଭାଟିଆ । ସେ ରାଜସ୍ଥାନରେ କୋଟାରେ ରହିଛନ୍ତି । ଏହା ଏକ ଧାର୍ମିକ ଅନ୍ଧ ବିଶ୍ୱାସର କରୁଣ ପରିଣତି ବୋଲି କୁହାଯାଉଥିବା ବେଳେ କେହିକେହି ଏହାକୁ ଯୋଜନା ବନ୍ଧ ହତ୍ୟା ଘଟଣା ବୋଲି କହୁଛନ୍ତି । ରାଜସ୍ଥାନରୁ ଆସିଥିବା ଏହି ପରିବାର ଦୀର୍ଘ ୨୦ ବର୍ଷ ହେଲା ସନ୍ଥ ନଗରରେ ରହି ବ୍ୟବସାୟ କରୁଥିଲେ । କିନ୍ତୁ ଘରର ଦ୍ୱାର ଖୋଲା ରହିଥିବାରୁ ହତ୍ୟା ସନ୍ଦେହକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । କାରଣ ଆତ୍ôମହତ୍ୟା କରିବା ଲୋକ କବାଟ ଖୋଲା ରଖି ଏହି କାମ କରିବା ନାହିଁ । ଘରର ପୋଷା କୁକୁରକୁ ଛାତ ଉପରେ ନେଇ ବାନ୍ଧି ଦିଆଯାଇଛି । ଏ ମଧ୍ୟ ଏକ କାରଣ ହୋଇପାରେ ବୋଲି କୁହାଯାଉଛି । ମହିଳାମାନଙ୍କ ବ୍ୟୟରେ ସେମାନେ ପିନ୍ଧି ଥିବା ସବୁ ଅଳଙ୍କାର ସେହିପରି ରହିଛି ।
ଏଥି ମୃତୁକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଏକ କାଳୀନ ଏତେ ସଂଖ୍ୟାରେ ଲୋକେ ଅତ୍ମହତ୍ୟା କଲେ କାହିଁକି । ଯଦି ଆତ୍ମହତ୍ୟା କଲେ ତେବେ ସୁଇସାଇଟ୍ ନୋଟ୍ ଲେଖିଲେନି କାହିଁକି । ଘରର ଯେଉଁ ସବୁ ସାମଗ୍ରୀ ଜବତ ହୋଇଛି ଓ ସେମାନେ ଯେଉଁ ସବୁ ବସ୍ତ୍ର ପିନ୍ଧିଛନ୍ତି ସେଥିରୁ ସମସ୍ତେ ଧାର୍ମିକ ଲୋକଥିଲେ । ମହିଳାମାନଙ୍କ ସୁନା ଗହଣା ରହିଥିଲା ଘାରେ ବିପୁଳ ଟଙ୍କା ଓ ଜିନିଷ ପତ୍ର ପଡ଼ି ରହିଥିଲା ।
ପରିବାର ସଦସ୍ୟମାନଙ୍କ ମୃତ୍ୟୁ ପୂର୍ବରୁ ସେମାନଙ୍କୁ ନିଶା ଦିଆଯାଇଥିବା ଫରେନ୍ସିକ୍ର ପ୍ରାର୍ଥମିକ ରିପୋର୍ଟରୁ ଜଣାପଡିଛି । ଏହି ନିଶା ସେବନ ପରେ ସେମାନେ ବେହେରା ହୋଇଯାଇଥିଲେ । ତେଣୁ ଏଡି କାମ ପରିବାର ଲୋକ ହିଁ କରିଥିବା ସନ୍ଦେହ ବଢ଼ୁଛି । ଖାଧ୍ୟରେ ନିଶା ମିଶାଇ ସମସ୍ତଙ୍କୁ ବେହୋସ କରି ଏହି କାଣ୍ଡ କରାଯାଇଥିବା ଅନୁମାନ କରାଯାଉଛି । ପରିବାରର କେହି ଜଣେ ବ୍ୟକ୍ତି ଏସବୁ କାର୍ଯ୍ୟ କଲାପରେ ହୁଏତ ନିଜେ ଆତ୍ମହତ୍ୟା କରିଛନ୍ତି । ଏଭଳି ଅନେ କିଛି ପ୍ରଶ୍ନ ଉଙ୍କିମାରୁଛି । କ୍ରାଇମବ୍ରାଞ୍ଚ ଅନୁସନ୍ଧାନରୁ ଏସବୁ କଥା ପଦାକୁ ଆସିବ ।

ମତାମତ ଦିଅନ୍ତୁ

Please enter your comment!
Please enter your name here