You are here
Home > ବଡ଼ଖବର > ଦିଲ୍ଲୀରେ ଗୋଟିଏ ଘରୁ ୧୧ ମୃତଦେହ ଉଦ୍ଧାର, ଦେଶବାସୀ ଚକିତ

ଦିଲ୍ଲୀରେ ଗୋଟିଏ ଘରୁ ୧୧ ମୃତଦେହ ଉଦ୍ଧାର, ଦେଶବାସୀ ଚକିତ

ଭୁବନେଶ୍ୱର: ଦିଲ୍ଲୀର ବୁରାଡ଼ି ଅଞ୍ଚଳରେ ଏକ ମର୍ମନ୍ତୁଦ ଓ ଦୁଃଖଦାୟକ ଘଟଣା ଘଟିଛି । ଦୁଇଟି ପରିବାରର ୧୧ ଜଣଙ୍କ ମୃତ ଦେହ ଘର ଭିତରୁ ଉଦ୍ଧାର ହୋଇଛି । ଏହି ଘଟଣା କେବଳ ଦିଲ୍ଲୀ ନୁହେଁ ସମଗ୍ର ଦେଶକୁ ଚକିତ କରିଛି । ଦୁଇ ଭାଇଙ୍କର ଏହି ପରିବାର ଆତ୍ମହତ୍ୟା କର ିଥିବା କଥା ପୋଲିସ ପ୍ରାରମ୍ଭିକ ସୂଚନା ଦେଉଛି । ଶବ ବ୍ୟବଚ୍ଛେଦ ହେଲା ପରେ ଯାଇ ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ମତ ଦିଆଯାଇଛି । ଦିଲ୍ଲୀର ବୁରାଡ଼ି ଅଞ୍ଚଳରେ ରହୁଥିବା ଲଲିତ ଓ ତାଙ୍କ ସାନ ଭାଇଙ୍କ ପରିବାର ସମସ୍ତ ସଦସ୍ୟ ମୃତ୍ୟୁବରଣ କରିଛନ୍ତି । ଏଥିରେ ୭ ଜଣ ମହିଳା ଓ ୪ ପୁରୁଷ ଅଛନ୍ତି ଏବଂ ଏମାନଙ୍କ ଭିତରେ ଛୋଟ ଶିଶୁ ମଧ୍ୟ ଅଛନ୍ତି । ପୋଲିସ୍କୁ ଝୁଲନ୍ତା ଅବସ୍ଥାରେ ସବୁ ଶବ ମିଳିଛି । ସମସ୍ତଙ୍କର ଆଖି ଓ ପାଟିରେ ପଟି ବନ୍ଧାଯାଇଛି । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ ଲଲିତ ଓ ତାଙ୍କ ସାନଭାଇ ଏହି ଅଞ୍ଚଳରେ ପ୍ରାୟ ୨୨ ବର୍ଷ ହେଲା ରହି ଆସୁଛନ୍ତି । ଲଳିତଙ୍କର ପ୍ରାୟଉଡ୍ ବ୍ୟବସାୟ ଥିଲାବେଳେ, ତାଙ୍କକ ସାନଭାଇ ମଧ୍ୟ ବ୍ୟବସାୟ କରନ୍ତି । ସେମାନେ ବହୁ ଭଲ ଧାର୍ମିକ ପରିବାର ଥିଲେ । ଏହା ଏକ ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇପାରିନି । ଏକକାଳିନ ପରିବାରର ଏତେ ସଂଖ୍ୟକ ସଦସ୍ୟ ଗୋଟିଏ ଢ଼ଙ୍ଗରେ ମୃତ୍ୟୁବରଣ କରିବା ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ବିଭିନ୍ନ ସନ୍ଦେହ ପ୍ରକାଶ ପାଉଛି । ସ୍ଥାନୀୟ ଅଞ୍ଚଳରେ ପୁଲିସ୍ ପହଞ୍ଚି ତାହାର ତଦନ୍ତ ଚଳାଇଛି । ହେଲେ ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି ।

Loading...
ONA

Leave a Reply

Top