ଶ୍ରୀମନ୍ଦିର ସଂସ୍କାର: ୧୦ ହଜାର ସତ୍ୟପାଠ ଦାଖଲ

ପୁରୀ: ପୁରୀ ଶ୍ରୀମନ୍ଦିରରେ ସଂସ୍କାର ଆଣିବା ଲାଗି ଗଠିତ ଜଷ୍ଟିସ ବିପି ଦାସ କମିଶନଙ୍କଠାରେ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସଂଗ୍ରହ କରାଯାଇଥିବା ୧୦,୩୪୪ଟି ସତ୍ୟପାଠ ଦାଖଲ ହୋଇଛି । ଦାୟିତ୍ୱ ଗ୍ରହଣ କରିବା ପରେ ଜଷ୍ଟିସ୍ କମିଶନ ଶ୍ରୀମନ୍ଦିର ସଂସ୍କାର ଲାଗି ଜନତା ଓ ଅନୁଷ୍ଠାନମାନଙ୍କଠାରୁ ସତ୍ୟପାଠ ଜରିଆରେ ମତାମତ ଆହ୍ୱାନ କରିଥିଲେ । ଡିସେମ୍ବର ୧୯ ତାରିଖ ଏହି ସତ୍ୟପାଠ ସଂଗ୍ରହ କରାଯାଇ କମିଶନଙ୍କ ପାଖରେ ଦାଖଲ କରାଯାଇଛି । ଶହଶହ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ଜଷ୍ଟିସ ଦାସ କମିଶନଙ୍କୁ ଏହି ସତ୍ୟପାଠ ହସ୍ତାନ୍ତର କରିଥିଲେ । ସାଧୁସନ୍ଥଙ୍କ ପକ୍ଷରୁ ଏକ ୭ ଦଫା ସଂସ୍କାର ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା । ଗତ ସେପ୍ଟେମ୍ବରରେ ଶ୍ରୀମନ୍ଦିର ପରିଚାଳନା ପାଇଁ ଗଠିତ ଜଷ୍ଟିସ ବି.ପି ଦାସ କମିଶନ ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ । ଶ୍ରୀମନ୍ଦିର ପରିଚାଳନାରେ କିପରି ସ୍ୱଚ୍ଛତା ଆସିବ ଏବଂ ଭକ୍ତମାନେ କିପରି ଶୃଙ୍ଖଳାର ସହ ଶ୍ରୀଜିଉଙ୍କୁ ଦର୍ଶନ କରିବେ ସେନେଇ କମିଶନ ଗଠନ ହୋଇଛି । ଜଷ୍ଟିସ ବି.ପି ଦାସ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, କମିଶନଙ୍କ ସଦସ୍ୟ ଏବଂ ପୁରୀ ଜିଲ୍ଲାପାଳ ଓ ସେବାୟତଙ୍କ ମଧ୍ୟରେ ଶ୍ରୀମନ୍ଦିର ପରିଚାଳନା ନେଇ ଆଲୋଚନା ହୋଇଥିଲା । ସଂସ୍କାର ପାଇଁ ଶ୍ରୀମନ୍ଦିରର ରେଭୁ୍ୟନ ରେକର୍ଡରେ ଅନେକ ପରିବର୍ତନ ଆସିଛି,ଆବଶ୍ୟକ ପଡିଲେ ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟ୍ସରେ ମଧ୍ୟ ପରିବର୍ତନ କରାଯିବ । ପରିଚାଳନା ଓ ସେବାରେ ନିୟୋଜିତ ବ୍ୟକ୍ତି ଯଦି ବିଶୃଙ୍ଖଳିତ ହୁଅନ୍ତି, ତାହେଲେ ଶ୍ରୀମନ୍ଦିର ଠିକ ଭାବରେ ଚାଲି ପାରିବ ନାହିଁ । ସେଥିପାଇଁ ସେବାୟତଙ୍କୁ ଉତ୍ତରଦାୟୀ କରାଯିବା ଦରକାର । ତେବେ ଜୁଲାଇ ୧୭ରେ ଶ୍ରୀଜିୟୁଙ୍କ ନିଳାଦ୍ରୀବିଜେ ସମୟରେ ପୁରୀ ଜିଲ୍ଲାପାଳଙ୍କୁ ସେବାୟତଙ୍କ ଦୁର୍ବ୍ୟବହାର ପରେ ରାଜ୍ୟ ସରକାର ଜଷ୍ଟିସ ଦାସ କମିଶନ ଗଠନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ କିମିଶନ ସର୍ବସାଧାରଣଠାରୁ ସଂସ୍କାରମୂଳକ ପ୍ରସ୍ତାବ ପାଇଁ ସତ୍ୟପାଠ ଆହ୍ୱାନ କରିଥିଲେ । ତେବେ ଅବଧି ପୂଣର ହେବା ମଧ୍ୟରେ ଜଣେ ସୁଦ୍ଧା ସତ୍ୟପାଠ ଦାଖଲ କରି ନଥିଲେ । ଏନେଇ ବିପି ଦାସ କମିଶନ ଡିସେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସତ୍ୟପାଠ ଦାଖଲ କରିବାର ସମୟସୀମାକୁ ବଢ଼ାଇଥିଲେ । ଏବେ ପାଖାପାଖି ୧୧ ହଜାର ଜଣ ନିଜ ନିଜର ମତାମତା ଡ୍ରପ ବକ୍ସରେ ପକାଇଛନ୍ତି । ଏ ସବୁକୁ ଅନୁଧ୍ୟାନ କରିବା ପରେ ଶ୍ରୀମନ୍ଦିର ସଂସ୍କାର ଲାଗି ପଦକ୍ଷେପ ନିଆଯିବ ।

ଜଗମୋହନ ମରାମତି : ହାଇକୋର୍ଟଙ୍କ ଅନୁଧ୍ୟାନ

ଶ୍ରୀଜଗନ୍ନାଥ ମନ୍ଦିର ଜଗମୋହନ ସ୍ଥିତି ଏବଂ ମରାମତି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ସରଣ ଅନୁଧ୍ୟାନ କରିଛନ୍ତି । ତାଙ୍କ ସହ ହାଇକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ ଡଃ ବି.ଆର. ଷଡଙ୍ଗୀ ଉପସ୍ଥିତ ଥିଲେ । ଜଗମୋହନର ସ୍ଥିତି ଦେଖିବା ସହ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା, ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟ ବିଚାରପତି । ଏଏସଆଇ ପକ୍ଷରୁ ମରାମତି ସମ୍ପର୍କରେ ମୁଖ୍ୟ ବିଚାରପତିଙ୍କୁ ସୂଚନା ଦିଆଯାଇଥିଲା । ଜଷ୍ଟିସ ଶ୍ରୀ ସରଣ ଏବଂ ଜଷ୍ଟିସ ଡଃ ଷଡଙ୍ଗୀ ଜଗମୋହନକୁ ଯାଇ ପିଲର ଓ ବିମ ଗୁଡିକର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କଠାରୁ ପଚାରି ବୁଝିଥିଲେ । ହାଇକୋର୍ଟରେ ଏଏସଆଇ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ କାର୍ଯ୍ୟ କରାଯାଇଛି କି ନାହିଁ ସେଥିନେଇ ମୁଖ୍ୟ ବିଚାରପତି ପ୍ରଶ୍ନ କରିଥିଲେ ।