ଲୁହା ରଡ ସହ ଖେଳିବା ମହଙ୍ଗା ପଡିଲା ଶିଶୁକୁ, ଛାତିରେ ପଶିଲା….

କେନ୍ଦୁଝର: ଲୁହା ରଡରେ ଖେଳିବା ମହଙ୍ଗା ପଡିଳା ଜଣେ 10 ବର୍ଷିୟ ଶିଶୁକୁ | ଖେଳିବା ବେଳେ ଅସବାଧାନତା ହେତୁ ଶିଶୁଟିର ଛାତିରେ ଲୁହା ପଷିଯାଇତିବାରୁ ଶିଶୁଟିର ଅବସ୍ଥା ଗୁରୁତର ହୋଇପଡିଥିବାର ଜଣା ପଡିଛି | ଏପରି ଅଭାବନୀୟ କାଣ୍ଡ ଘଟିଛି କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଡିମ୍ବୋ ଗାଁରେ | ରବିବାର ଦିନ ଶିଶୁଟିର ଛାତିରେ ଲୁହାରଡ ପଶିଲା ପରେ ତାକୁ ସଙ୍ଗେସଙ୍ଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଡାକ୍ତରମାନେ ତାଙ୍କୁ କଟକ ପଠାଇ ଦେଇଥିଲେ । କଟକ ବଡ଼ ଡାକ୍ତରଖାନାରେ ଆଜି ତାଙ୍କର ଅପରେସନ୍ କରାଯାଇ ଲୁହା ରଡ୍‌କୁ କାଢ଼ି ଦିଆଯାଇଥିବା ସୂଚନା ମିଳିଛି । ଆହତ ଛାତ୍ର ଜଣଙ୍କ ହେଲା ନନ୍ଦ କିଶୋର ମହାକୁଡ଼ଙ୍କର ୧୦ ବର୍ଷୀୟ ପୁଅ ଚନ୍ଦନ ମହାକୁଡ଼ । ତେବେ ବର୍ତ୍ତମାନ ଚନ୍ଦନର ଅବସ୍ଥା ସ୍ଥିର ଥିବା ତାର ବାପା ସୂଚନା ଦେଇଛନ୍ତି |

ଓଲଟିଲା ଚାଉଳ ବୋଝେଇ ମିନିଟ୍ରକ, ଡ୍ରାଇଭରକୁ ଉଦ୍ଧାର କରିବା ବଦଳରେ ଚାଉଳ ଲୁଟିଲେ ଲୋକେ