You are here
Home > ଲାଟେଷ୍ଟ > ୯ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା

୯ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା

ଭୁବନେଶ୍ୱର: ପାଣିପାଗ ସୂଚନାକେନ୍ଦ୍ର ୯ଟି ଜିଲ୍ଲାରେ କୁଆପଥର ବୃଷ୍ଟି ସହିତ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଦେଇଛନ୍ତି । ଖୋର୍ଦ୍ଧା, କଟକ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଗଞ୍ଜାମ, ଗଜପତି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ସାଙ୍ଗକୁ କୁହାପଥର ବୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଜିଲ୍ଲାମାନଙ୍କରେ ୫୦ରୁ ୬୦ କିମି ବେଗରେ ପବନ ବହିପାରେ ।

ରାଜ୍ୟରେ ଏବେ ତାପମାତ୍ରା ଦିନକୁ ଦିନ ବୃଦ୍ଧି ଘଟୁଥିବା ବେଳେ ରାଜଧାନୀରେ ଗତକାଲି ସର୍ବାଧିକ ୪୧ ଡ଼ିଗ୍ରୀ ସେଲସିୟସ ରହିଥିଲା । ତେବେ ଆସନ୍ତା କାଲି ମଧ୍ୟ ରାଜଧାନୀର ତାପମାତ୍ରା ୪୧ ଡ଼ିଗ୍ରୀରେ ସୀମିତ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି ।

Loading...
ONA

Leave a Reply

Top