୮୫ ଜଣଙ୍କୁ ପଦ୍ମ ସମ୍ମାନ, ଓଡ଼ିଶାରୁ ୪

ନୂଆଦିଲ୍ଲୀ:  ଚଳିତ ବର୍ଷ ପଦ୍ମ ପୁରସ୍କାର ପାଇବାକୁ ଥିବା ବ୍ୟକ୍ତିଙ୍କ ନାମ ଘୋଷଣା କରିଛନ୍ତି ସରକାର। ଚଳିତ ବର୍ଷ ମୋଟ୍ ୮୫ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ୩ ଜଣଙ୍କୁ ପଦ୍ମ ବିଭୂଷଣ, ୯ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୭୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ। ପଦ୍ମ ପୁରସ୍କାର ପାଇବାକୁ ଥିବା ବ୍ୟକ୍ତିଙ୍କ ମଧ୍ୟରେ ୧୬ ଜଣ ବିଦେଶୀ କିମ୍ବା ଏନଆରଆଇ  କିମ୍ବା ଭାତୀୟ ମୂଳ ନିବାସୀ ଅଛନ୍ତି। ୩ ଜଣଙ୍କୁ ମରଣୋତ୍ତର ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ। ଗୃହ ମନ୍ତ୍ରଣାଳୟ କହିଛନ୍ତି ଯେ ଚଳିତ ବର୍ଷ ପଦ୍ମ ପୁରସ୍କାର ପାଇଁ ସରକାରଙ୍କୁ ୧୫,୭୦୦ରୁ ଅଧିକ ଆବେଦନ ମିଳିଥିଲା।  କଳା ଏବଂ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଇଲୈୟାରାଜା(ତାମିଲନାଡୁ), ଗୁଲାମ ମୁସ୍ତଫା ଖାନ(ମହାରାଷ୍ଟ୍ର) ଏବଂ , ସାହିତ୍ୟ ଓ  ଶିକ୍ଷା କ୍ଷେତ୍ର ପାଇଁ ପରମେଶ୍ଵରନ(କେରଳ)ଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବ।  ବିଶ୍ଵ ଚମ୍ପିଆନ ବିଲିୟାର୍ଡ୍ସ ଖେଳାଳି ପଙ୍କଜ ଆଡଭାନୀ ଓ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯିବ। ଓଡ଼ିଶାରୁ ଚାରି ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଏମାନଙ୍କ ମଧ୍ୟରେ ସ୍ଥାପତ୍ୟ କଳା ପାଇଁ ପ୍ରଭାକର ମହାରଣା, ବୟନ ଶିଳ୍ପ ପାଇଁ ଗୋବର୍ଦ୍ଧନ ପଣିକା, ଲୋକ ବ୍ୟାପାର ପାଇଁ ଭବାନୀ ଚରଣ ପଟ୍ଟନାୟକ, ସାହିତ୍ୟ ଓ ଶିକ୍ଷା ପାଇଁ ଚନ୍ଦ୍ରଶେଖର ରଥଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। 

ପଦ୍ମ ବିଭୂଷଣ

୧ ଇଲୈୟାରାଜା(ତାମିଲନାଡୁ), କଳା ଏବଂ ସଙ୍ଗୀତ କ୍ଷେତ୍ର

୨ ଗୁଲାମ ମୁସ୍ତଫା ଖାନ(ମହାରାଷ୍ଟ୍ର), କଳା ଏବଂ ସଙ୍ଗୀତ

୩ ପରମେଶ୍ଵରନ(କେରଳ), ସାହିତ୍ୟ ଓ  ଶିକ୍ଷା

ପଦ୍ମ ଭୂଷଣ

୧ ପଙ୍କଜ ଆଡଭାନୀ(କର୍ଣ୍ଣାଟକ),  କ୍ରୀଡ଼ା- ବିଲିୟାର୍ଡ୍ସ

୨ ଫିଲିପୋସ ମାର କ୍ରିସୋଷ୍ଟମ(କେରଳ), ଆଧ୍ୟାତ୍ମ

୩ ମହେନ୍ଦ୍ର ସିଂହ ଧୋନୀ(ଝାରଖଣ୍ଡ), କ୍ରୀଡା- କ୍ରିକେଟ୍

୪ ଆଲେକଜାଣ୍ଡାର କଦାକିନ(ମରଣୋତ୍ତର), ପବ୍ଲିକ ଆଫାୟର୍ସ

୫ ରାମ ଚନ୍ଦ୍ରନ ନାଗାସ୍ଵାମୀ(ତାମିଲନାଡୁ), ଅନ୍ୟ କ୍ଷେତ୍ରରୁ

୬ ବେଦ ପ୍ରକାଶ ନନ୍ଦା(ଆମେରିକା), ସାହିତ୍ୟ ଏବଂ ଶିକ୍ଷା

୭ ଲକ୍ଷ୍ମଣ ପଇ(ଗୋଆ), କଳା ଏବଂ ପେଟିଂ

୮ ଅରବିନ୍ଦ ପାରିଖେ(ମହାରାଷ୍ଟ୍ର), କଳା-ସଙ୍ଗୀତ

୯ ଶାରଦା ସିହ୍ନା(ବିହାର), କଳା-ସଙ୍ଗୀତ

LEAVE A REPLY

Please enter your comment!
Please enter your name here