୮୦ ବର୍ଷର ଓଡ଼ିଶା ବଜେଟ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, ୧୧.୬.୨୦୧୮: ୮୦ ବର୍ଷର ଓଡ଼ିଶା ବଜେଟର ଏକ ସଂକଳନ ପ୍ରକାଶନ ଆଜି ପ୍ରକାଶ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮୦ ବର୍ଷ ପୂର୍ତ୍ତି ଅବସରରେ ଏହି ପୁସ୍ତକ ଉନ୍ମୋଚନ କରିଛନ୍ତି । ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଭାବେ ନିଜର ଅସ୍ତିତ୍ୱ ଜାହିର କରିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଅତିକ୍ରମ କରିଥିବା ୮୦ ବର୍ଷରୁ ଊଦ୍ଧ୍ୱର୍ ସମୟର ଆର୍ଥିକ ପରିଚାଳନା ଓ ବଜେଟର ତଥ୍ୟ ଏଥିରେ ଉଲ୍ଲେଖ ରହିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ୮୦ ବର୍ଷ ମଧ୍ୟରେ ଓଡ଼ିଶାରେ ଅନେକ କିଛି ପ୍ରଗତି ହୋଇଛି । ଦାରିଦ୍ର୍ୟ ନିରାକରଣ କ୍ଷେତ୍ରରେ ରାଜ୍ୟ ସରକାର ନିରନ୍ତର କାର୍ଯ୍ୟ କରି ଚାଲିଛନ୍ତି ।
ରାଜ୍ୟର ବଜେଟ୍ ପରିମାଣ ନୂତନ ଓଡ଼ିଶା ଗଠନ ପରେ ଅର୍ଥାତ ୧୯୩୬ ମସିହାରେ ୧ କୋଟି ୭୭ ଲକ୍ଷ ଟଙ୍କା ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୨୦୦୦ ମସିହାରେ ଓଡ଼ିଶାର ଶାସନ ଭାର ନେବା ସମୟରେ ବଜେଟ ପରିମାଣ ମାତ୍ର ୧୪ ହଜାର କୋଟି ଟଙ୍କା ଥିଲା । କିନ୍ତୁ ୨୦୧୮ରେ ବିଜେଟରେ ପରିମାଣ ବୃଦ୍ଧି ପାଇ୧ଲକ୍ଷ ୨୦ ହଜାର କୋଟି ଟଙ୍କାରେ ପହଞ୍ଚିଛି । ଏହି ପୁସ୍ତକଟି ବୁଦ୍ଧିଜୀବୀ ଓ ଆଇନ ପ୍ରେରଣ ତାଙ୍କ ପାଇଁ ଅତି ଉପାଦେୟ ହେବ ବୋଲି ନବୀନ କହିଛନ୍ତି ।
ରାଜ୍ୟର ବଜେଟ ରାଜ୍ୟବାସୀଙ୍କର ସାମଗ୍ରୀକ ଉନ୍ନତି ତଥା କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ । ତେଣୁ ବିଭିନ୍ନ ତଥ୍ୟ, ଚିତ୍ର ଓ ଉପାଖ୍ୟାନ ମାଧ୍ୟମରେ ଏହି ପୁସ୍ତକଟି ରାଜ୍ୟ ପ୍ରଗତିର ମନକୁ ଛୁଇଁଲା ଭଳି ଚିତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ, ବିରୋଧ ଦଳ ନେତା ନରସିଂହ ମିଶ୍ର ଓ ବହୁ ଅର୍ଥନୀତିଜ୍ଞ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here