୭ ଦିନ ପାଇଁ ଭୋପାଳ ଜେଲ୍ ଯିବେ ରଣବୀର

https://www.facebook.com/nnsodia/videos/267154983995629/?t=5

ମୁମ୍ବାଇ, ବଲିଉଡର ଅନେକ ଅଭିନେତା ଜେଲର ମୁହଁ ଦେଖିଥିବା ଆମେ ଶୁଣିଛେ । କିନ୍ତୁ ଏବେ ଚକଲେଟ୍ ବୟ ରଣବୀର କପୁର୍ ୭ ଦିନ ପାଇଁ ଜେଲ୍ ଯିବେ । ତେବେ କୌଣସି ଅପରାଧ ପାଇଁ ନୁହେଁ ବରଂ ନିଜର ଆଗାମୀ ସିନେମା ଲାଗି । ସଂଜୟ ଦତ୍ତଙ୍କ ଜୀବନୀ ଉପରେ ଆଧାରିତ ଏକ ସିନେମାରେ ରଣବୀର ନଜର ଆସିବେ । ତେଣୁ କପୁର ପରିବାରର ଏହି ଲାଡଲା ରିଲରେ ରିୟଲ ମୁନ୍ନା ଭାଇ ହେବା ପାଇଁ ଜେଲର ପବନ ଖାଇବାକୁ ମଧ୍ୟ ରାଜି ହୋଇଛନ୍ତି । ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏହି ସିନେମାର ସୁଟିଂ ଜୋରସୋରରେ ଆଗେଇ ଚାଲିଛି । ସଂଜୟ ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା ଅପରାଧରେ ଜେଲରେ ରହିଥିଲେ । ଏହି ସିନକୁ ସୁଟିଂ କରିବା ପାଇଁ ଭୋପାଳର ପୁରୁଣା ଜେଲକୁ ଆର୍ଥର ଜେଲରେ ରୂପାନ୍ତରିତ କରାଯାଇଛି । ଖବର ଅନୁସାରେ, ଏନେଇ ରଣବୀର ୭ ଦିନ ପାଇଁ ଭୋପାଳ ଜେଲରେ ରହିବେ । ତେବେ ରଣବୀର ସେଠାରେ ପହଂଚିବା ପରେ ଅନ୍ୟ କଏଦୀ ତାଙ୍କୁ ନିଜ ସହ ଦେଖିବା ପାଇଁ ଖୁବ୍ ଉତ୍ସାହିତ ହୋଇପଡିଛନ୍ତି ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here