୭ଟି ନୂଆ ଉଦ୍ୟମର ଶୁଭାରମ୍ଭ କଲେ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ଗତ କାଲି ପବିତ୍ର ଗୁରୁଦିବସରେ ଦେଶର ଦକ୍ଷତା ବିକାଶର ଇକୋ ସିଷ୍ଟମକୁ ସୁଦୃଢ କରିବା ପାଇଁ ବିଭିନ୍ନ ଉଦ୍ୟମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗୁରୁଦିବସରେ ଛାତ୍ରଛାତ୍ରୀ ମାନଙ୍କୁ ଉପଯୁକ୍ତ ଶିକ୍ଷା ଓ ତାଲିମ ଦେଇ ଦେଶ ବିକାଶ ପକ୍ରିୟାକୁ ସୁଦୃଢ କରିଛନ୍ତି, ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଦେଶର ଆଇଟିଆଇ ଗୁଡିକୁ ଏହି ଅବସରରେ ସେମାନଙ୍କର ଦକ୍ଷ ମାନବ ସମ୍ବଳ ନିର୍ମାଣରେ ଗୁରୁତ୍ୱପୂର୍ଣ ଭୂମିକା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ନୂଆଦିଲୀ ଠାରେ ଏକ ବିଶେଷ ଉତ୍ସବରେ ଦକ୍ଷତା ବିକାଶ ମବଣାଳୟ ତରଫରୁ ୭ଟି ମୁଖ୍ୟ ଉଦ୍ୟମର ଶୁଭାରମ୍ଭ କରିଛନ୍ତି । ଦେଶରେ ଦକ୍ଷତା ବିକାଶରେ ତାଲିମ ନେଉଥିବା ଯୁବପୀଢି ମଧ୍ୟରେ ସାରା ଦେଶରେ ସମାନତା ଆଣିବା ପାଇଁ ଏକପ୍ରକାରର ପାଠ୍ୟକ୍ରମ ପ୍ରଚଳନ ପାଇଁ ନ୍ୟାସନେଲ ସ୍କିଲ କ୍ୱାଲିଫିକେସନ ଫ୍ରେମଓାର୍କ ତରଫରୁ ବ୍ୟବସ୍ଥା ପ୍ରଣୟନ କରାଯାଇଛି ।
ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ନବସୃଜନ ଓ ଡିଜିଟାଲ ଜ୍ଞାନକୁ ଆଗକୁ ବଢାଇବା ପାଇଁ ଡିଜିଟି, ଏନଏସଡିସି ଓ ଆବୋଡଇଣ୍ଡିଆ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷାରିତ କରାଯାଇ ଆବୋଡଡିଜିଟାଲ ଦିଶା କାଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଭବିଷ୍ୟତରେ ସୃଷ୍ଟି ହେବାକୁ ଥିବା ନିଯୁକ୍ତି ସମ୍ଭାବନା ଆଧାରରେ ଦକ୍ଷତା ବିକାଶ ଯୋଜନା ପାଇଁ ଏନଏସଡିସି ଓ ଆଇବିଏମ ଇଣ୍ଡିଆ ମଧ୍ୟରେ ଏହି ଯୋଜନାରେ ନୂଆ ଜ୍ଞାନ କୌଶଳ ଯଥା ଏ-୧, କ୍ଲାଉଡ, ବିଗ୍ ଡାଟା ଓ ସାଇବର ସିକ୍ୟୁରିଟି ଉପରେ ନୂଆ ପୀଢିର ଦକ୍ଷତା ବିକାଶ କରାଯିବ । ପ୍ରଥମଥର ପାଇଁ ୫ଟି ଟ୍ରେଡରେ ଆଇଟିଆଇ ଖୋଲିବା ପାଇଁ ପୁଣେ କ୍ୟାଂଟନମେଂଟକୁ ଅନୁମତି ପ୍ରଦାନ କରାଯାଇଛି । ଅନ୍ୟ କ୍ୟାଂଟନମେଂଟ ଗୁଡିକରେ ଭବିଷ୍ୟତରେ ଏହି ସୁବିଧା ଗୁଡିକ ଉପଲ୨ କରାଯିବ । ଆଇଟିଆଇ ଗୁଡିକରେ ଉତମ ତାଲିମ ପାଇଁ ହସ୍ତଶିଳ୍ପ କ୍ଷେତ୍ରରେ କୁଶଳୀ ବ୍ୟକ୍ତିମାନଙ୍କୁ ମାସିକିଆ ରେକଗନାଇଜେସନ ଅଫ ପ୍ରାଇର ଲଣିଂ ଯୋଜନା ମାଧ୍ୟମରେ ତାଲିମ ଦିଆଯିବା ପାଇଁ ବ୍ୟବସ୍ଥା ତିଆରି ହୋଇଛି ।  ବିନାଚାଳକରେ ଆକାଶରେ ଡ୍ରୋନ ଉଡାଇବା ପାଇଁ ପାଇଲଟ ଟ୍ରେନିଂର ଏକ ପାଠ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ବେସାମରିକ ବିମାନ ଚଳାଚଳ ବିଭାଗର ନୀତି ଆଧାରରେ ଡ୍ରୋନ ଚାଳକ ମାନଙ୍କ ପାଇଁ ଏହି ପାଠ୍ୟକ୍ରମ ଆରମ୍ଭ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ ତଥା ଆବୋଡ ଇଣ୍ଡିଆ ଓ ଆଇବିଏମ ପରି
ପ୍ରତିଷ୍ଠିତ ଆଇଟି କମ୍ପାନୀର ବରିଷ୍ଠ ଅଧିକାରୀ ମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here