୬ରୁ ବିଜେପିର ‘ମୋ ବୁଥ ସବୁଠୁ ମଜବୁତ’ କାର୍ୟ୍ୟକ୍ରମ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱ: କେନ୍ଦ୍ରରେ ବିଜେପି ସରକାରର ୩ ବର୍ଷ ପୂର୍ତି ହୋଇଛି । ଏଥିପାଇଁ ରାଜ୍ୟ ବିଜେପି ମଧ୍ୟ ବେଶ ସକ୍ରିୟ ହୋଇ ଉଠିଛି । ୩ ବର୍ଷ ପୂର୍ତି ଅବସରରେ ରାଜ୍ୟ ବିଜେପି ଅନେକ କାର୍ୟ୍ୟକ୍ରମକୁ ହାତକୁ ନେଇଛି । ତ୍ରୁଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବାକୁ ବିଜେପି ଏହି ପଦ କ୍ଷେପ ନେଇଛି । ଏହି କାର୍ୟ୍ୟକ୍ରମ ମାଧ୍ୟମରେ ଦଳର ନେତାମାନେ ଗାଁ ଗାଁକୁ ଯାଇ ଲୋକଙ୍କ ସୁବିଧା ଅସୁବିଧା ବୁଝିବେ । ଏହି ଅବସରରେ ଆସନ୍ତା ୬ ତାରିଖରୁ ମୋ ବୁଥ୍ ସବୁଠୁ ମଜ୍‌ବୁତ ନାମକ କାର୍ୟ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି ରାଜ୍ୟ ବିଜେପି । ବିଜେପି ଅଧ୍ୟକ୍ଷ ଅମିତ ଶାହା ଆସନ୍ତା ୨୨ ତାରିଖରେ ଓଡିଶା ଗସ୍ତରେ ଆସିବାର କାର୍ୟ୍ୟକ୍ରମ ରହିଛି । ସେ ସମସ୍ତ ବୁଥ୍‌କୁ ଯାଇ ସାଧାରଣ ଲୋକଙ୍କ ସହ ସଂପର୍କ ସ୍ଥାପନ କରିବେ । ଆସନ୍ତା ଜୁନ ୬ରୁ ଜୁଲାଇ ୬ ପର୍ୟ୍ୟନ୍ତ ଏହି କାର୍ୟ୍ୟକ୍ରମକୁ ବିଜେପି ହାତକୁ ନେଇଛି । ରାଜ୍ୟର ୩୬ ହଜାର ବୁଥରେ ଦଳ ପହଂଚିବା ସହ ଦଳର ୨୦ ହଜାର କର୍ମୀଙ୍କୁ ୩୯ଟି ପ୍ରଶିକ୍ଷଣ ପ୍ରଦାନ କାର୍ୟ୍ୟକ୍ରମ କରିବାର ଯୋଜନା କରିଛି ବିଜେପି । 

ମତାମତ ଦିଅନ୍ତୁ

Please enter your comment!
Please enter your name here