You are here
Home > ଏଣ୍ଟରଟେନମେଣ୍ଟ > ୫୦୦ ବର୍ଷର ମୃତ ଶରୀରରୁ ବାହାରୁଛି ରକ୍ତ, ବୈଜ୍ଞାନିକଙ୍କ ସମେତ ଡାକ୍ତର ସ୍ତବ୍ଧ !

୫୦୦ ବର୍ଷର ମୃତ ଶରୀରରୁ ବାହାରୁଛି ରକ୍ତ, ବୈଜ୍ଞାନିକଙ୍କ ସମେତ ଡାକ୍ତର ସ୍ତବ୍ଧ !

ବିଜ୍ଞାନ ଏତେ ଉନ୍ନତି ହେବା ପରେ ମଧ୍ୟ ଆଜି ଭି କିଛି ରହସ୍ୟ ଅଛି , ଯାହା ଉପରୁ ବୈଜ୍ଞାନିକ ମଧ୍ୟ ପର୍ଦ୍ଦା ଉଠାଇ ପାରିନାହାଁନ୍ତି । ଚାଲନ୍ତୁ ଆଜି ଜାଣିବା ଏପରି ରହସ୍ୟ ବିଷୟରେ ! ଆର୍ଜେଟିନାର ଜଣେ ୧୫ ବର୍ଷୀୟ ଝିଅର ଶବକୁ ନେଇ ବୈଜ୍ଞାନିକ ମାନେ ଆଜି ଭି ରହସ୍ୟ ଘେରରେ ଅଛନ୍ତି । ବୈଜ୍ଞାନିକ ମାନଙ୍କ ଉକ୍ତ ଶବକୁ ୫୦୦ ବର୍ଷ ପୁରୁଣା ଶବ ବୋଲି ଦାବୀ କରୁଛନ୍ତି । କିନ୍ତୁ ଉକ୍ତ ଶବକୁ ଦେଖିଲେ ଲାଗିବ ଯେପରି ମହିଳାଙ୍କ ମୁତ୍ୟୁ କିଛି ଦିନ ପୂର୍ବୁରୁ ହୋଇଛି । ବୈଜ୍ଞାନିକ ମାନଙ୍କୁ ଉକ୍ତ ଶବ ମାଟି ଭିତରୁ ପୋତା ହୋଇଥିବାର ମିଳିଥିଲା ! ଏଥିସହ ତାଙ୍କ ପାଖରୁ ଅନେକ ସୁନା ଗହଣା ମଧ୍ୟ ମିଳିଛି । ତେବେ ଶବଟି ଟିକେ ଖରାପ ହୋଇ ଆସିଥିବାରୁ ତାର ଚର୍ମ ଓ ବାଳର ରଙ୍ଗ ଜାଣିବା କଷ୍ଟ ହେଉଛି । ତେବେ ବୈଜ୍ଞାନିକ ମାନେ ଆର୍ଶ୍ଚଯ୍ୟ ହେଉଛନ୍ତି ଯେ ଶରୀରରୁ ବର୍ତ୍ତମାନ ପର୍ଯ୍ୟନ୍ତ ରକ୍ତ କିପରି ନିର୍ଗତ ହେଉଛି । ଉକ୍ତ ରକ୍ତରେ ଟିବି ଜୀବାଣୁ ଥିବା ମଧ୍ୟ ଜଣା ପଡିଛି । ଯାହାକୁ ଡାକ୍ତରଙ୍କ ସମେତ ବୈଜ୍ଞାନିକ ମାନେ ମଧ୍ୟ ଆର୍ଶ୍ଚଯ୍ୟ ହେଉଛନ୍ତି କି ୫୦୦ ବର୍ଷର ପୁରାତନ ଶବରୁ କିପରି ଏହା ସମ୍ଭବ । ଆର୍ଜେଟିନା ବୈଜ୍ଞାନିକଙ୍କ ମାନେ କହୁଛନ୍ତି କି ଏହା ପୂର୍ବରୁ ଅନେକ ଶବ ଆମେ ପରୀକ୍ଷା କରିଛୁ । ମାତ୍ର ଏହି ମହିଳାଙ୍କ ଶବ ପୁରା ଅଦ୍ଦୁତ । ଏହାଛଡା ଯେତେବେଳେ ଏହି ମହିଳାଙ୍କ ଶରୀର ପରୀକ୍ଷା କରାଯାଉଥିଲା ତାଙ୍କ ଚୁଟିରୁ ଉଙ୍କୁଣୀ ମଧ୍ୟ ମିଳିଥିଲା । ତେବେ ବୈଜ୍ଞାନିକମାନେ ଏହି ଶବକୁ ଦେଖି କହିଥିଲେ ଯେ ଏହି ଶବ ମାଧ୍ୟମରେ ଆମକୁ ଅନେକ କିଛି ତଥ୍ୟ ମିଳିବାର ଆଶଙ୍କା ଅଛି । ସେପଟେ ଅନ୍ୟ କିଛି ବୈଜ୍ଞାନିକ ମାନେ ରକ୍ତକୁ ପରୀକ୍ଷା କରି ଦେଖୁଛନ୍ତି କି କିପରି ଏତେ ବର୍ଷ ମର ଶରୀରରୁ ରକ୍ତ ନିର୍ଗତ ହେଉଛି । ଏହି ମହିଳାଙ୍କ ରକ୍ତରୁ କିଛି ନୂଆ ତଥ୍ୟ ମିଳିପାରେ ଯାହାକି ମାନବ କଲ୍ୟାଣ ହିତ ହୋଇପାରେ ବୋଲି ବୈଜ୍ଞାନିକମାନଙ୍କ ଅନୁମାନ କରୁଛନ୍ତି ।

Loading...
ONA

Leave a Reply

Top