You are here
Home > ଲାଟେଷ୍ଟ > ୪୮ ଘଣ୍ଟାରେ ଓଡ଼ିଶା ଛୁଇଁବ ମୌସୁମୀ

୪୮ ଘଣ୍ଟାରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁନେଶ୍ୱର: ଗତ ମାସ ୩୦ରେ କେଳର ଛୁଇଁଥିଲା ମୌସୁମୀ । କେରଳ  ଓ ଏହାର ପାଖାପାଖି ରାଜ୍ୟ ଗୁଡିକରେ ମୌସୁମୀ ବର୍ଷା ସକ୍ରିୟ ରହିଥିବା ବେଳେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଏବେ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳରେ  ଏକ ଘୂର୍ଣ୍ଣିବଳୟ ଦାନାବାନ୍ଧୁଛି  । ଫଳରେ ମୌସୁମୀ ଆସିବାର ପଥ ସୁଗମ ହୋଇଛି । ଚଳିତ ବର୍ଷ ଦେଶରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ ବୋଲି  ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଜୁନରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ  ସ୍ୱାଭାବିକ ବର୍ଷା ହେବ  । ଏହି ସମୟରେ ସାରା ଦେଶରେ ବର୍ଷାର ପରିମାଣ ହାରାହାରି ୯୮ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି । ଆଜିଠାରୁ  ରାଜ୍ୟରେ ତାପମାତ୍ରା କମିବ  । ମାତ୍ର ଗୁଳୁଗୁଳି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି  ।
  ସେପଟେ ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ ପକ୍ଷରୁ ଦେଶରେ ୯୪% ବୃଷ୍ଟିପାତ ହେବ ବୋଲି ପୂର୍ବାନୁମାନ କରିଛି ।
  ଓଡ଼ିଶାରେ ସ୍ୱାଭାବିକ ବୃଷ୍ଟିପାତ ପରିମାଣ ହେଉଛି ୧୧୪୯ ମିଲିମିଟର  ।  ଦୀର୍ଘକାଳ(ଏଲପିଲ)ର ହାରାହାରି ବୃଷ୍ଟିପାତକୁ ହିସାବକୁ ନିଆଯାଇଛି ।  ଏହି ହିସାବରେ ୯୬ରୁ ୧୦୪% ମଧ୍ୟରେ ବୃଷ୍ଟିପାତ ହେଲେ, ଏହାକୁ ନିର୍ଦ୍ଦିଷ୍ଟ ରାଜ୍ୟ ନିମନ୍ତେ ସ୍ୱାଭାବିକ ବୋଲି ବିବେଚିନା କରାଯିବ  । ଏଥର  ରାଜ୍ୟରେ ସ୍ୱାଭାବିକ ବୃଷ୍ଟିପାତ ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦେଶକ  ଶରତ ଚନ୍ଦ୍ର ସାହୁ କହିଛନ୍ତି  ।
  ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ କେନ୍ଦ୍ରୀଭୂତ ହୋଇଛି । ବର୍ତ୍ତମାନ ଏହା ବାୟୁମଣ୍ଡଳର ୩.୧ କିମି ଉପରେ ଥିବା ବେଳେ ଦିନେ ଦୁଇ ଦିନ ଭିତରେ  ଏହା ତଳକୁ ଖସିବା ସହିତ ଲଘୁଚାପରେ ଘନୀଭୁତ ହେବ  । ଲଘୁଚାପ ପ୍ରଭାବରେ ୮ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ  । ୧୦ ତାରିଖ ବେଳକଚ  ଏହା ସାରା ରାଜ୍ୟକୁ ବ୍ୟାପିବାର ସମ୍ଭାବନା ରହିଛି । ଦକ୍ଷିଣ ପଶ୍ଚିମ ମୌସୁମୀ  ବାୟୁ କେରଳ , ତାମିଲନାଡୁରେ ବର୍ଷା କରାଉଛି  । ଦୁଇଦିନ ଭିତରେ ଏହା ଆନ୍ଧ୍ର ପ୍ରଦେଶ ଏବଂ ପରେ ଓଡ଼ିଶାରେ ପ୍ରବେଶ କରିବ  । ଅନ୍ୟପଟେ ମୌସୁମୀ ବାୟୁ ଆସାମ, ହିମାଳୟ ପାଦଦେଶରେ ବର୍ଷିବା ପରେ ପଶ୍ଚିମବଙ୍ଗରେ ଖୁବଶୀଘ୍ର ପ୍ରବେଶ କରିବ  । ସେ ଦିଗରୁ ମଧ୍ୟ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ  ।

Loading...
ONA

Leave a Reply

Top