୪୦୦ରୁ ଉର୍ଦ୍ଧ୍ୱ ଆମ୍ବୁଲାନ୍ସ କର୍ମଚାରୀ କୋର୍ଟ ଚାଲାଣ

0
1

ସମ୍ବଲପୁର: ସମ୍ବଲପୁରରେ ଓଡିଶା ଆମ୍ବୁଲାନ୍ସ କର୍ମଚାରୀ ସଂଘ ଦୀର୍ଘ ୧୬ ଦିନ ଧରି ଧାରଣା ଦେଇ ଆସିଥିବାବେଳେ ପ୍ରାୟ ୪୦୦ରୁ ଉର୍ଦ୍ଧ୍ୱ ଆମ୍ବୁଲାନ୍ସ କର୍ମଚାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି ।  ଜେଲ୍‌ ରହି ମଧ୍ୟ ଆମ୍ବୁଲାନ୍ସ କର୍ମଚାରୀ ମାନେ ଜେଲ୍‌ଭରୋ ଆନ୍ଦୋଳନ ଡାକାରା ଦେଇଛନ୍ତି । ଜେଲ୍‌ଭରୋ ଆନ୍ଦୋଳନରେ ରାଜ୍ୟର ପ୍ରାୟ ୩ ହଜାର କର୍ମଚାରୀ ସାମିଲ ହେବା ନେଇ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ସଂଘର ଦାୟିତ୍ୱରେ ଥିବା ଚିକିତ୍ସା ହେଲ୍‌ଥ କେୟାର କମ୍ପାନି ଶ୍ରମ ଆଇନର ଖୋଲାଖୋଲି ଉଲ୍ଲଂଘନ କରୁଥିବା ଅଭିଯୋଗ ଆଣି ଗତ ୨୦ ତାରିଖରୁ ଧାରଣା ଦେଇଥିଲା ସଂଘ । କର୍ମଚାରୀଙ୍କୁ ମାନସିକ ନିର୍ଯ୍ୟାତାନ ଦେବା ସହିତ ଶୋଷଣ କରୁଥିବା ଅଭିଯୋଗ ନେଇ କମ୍ପାନୀକୁ ହଟାଇବାକୁ ଦାବି କରିଥିଲା ସଂଘ । ମାତ୍ର ଗୁରୁବାର ଦିନ ଏହି କର୍ମଚାରୀଙ୍କୁ ପୋଲିସ ଗିରଫ କରିଥିଲା । ଆନ୍ଦୋଳନକାରୀ ଆମ୍ବୁଲାନ୍ସ ଚାଳକଙ୍କ ବିରୋଧରେ ଏସମା ଲାଗୁ କରିଛନ୍ତି ସରକାର । ଏସମା ବଳରେ ୪୦୦ ଜଣ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅନ୍ୟପକ୍ଷରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଟାଉନ ଥାନାରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ବିରୋଧରେ ଏତଲା ଦେଇଥିଲେ । ଏତଲା ଆଧାରରେ ପୋଲିସ ଏମାନଙ୍କୁ ଗିରଫ କରିଛି । କିନ୍ତୁ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛି । 

LEAVE A REPLY

Please enter your comment!
Please enter your name here