୨୭ ବର୍ଷ ପରେ ଫେରିଲେ:‘ସଡକ ୨’ରେ ସଂଜୟ

0
1

ଭୁବନେଶ୍ବର:ବଲିଉଡର ବିଶିଷ୍ଟ ଡାଇରେକ୍ଟର ମହେଶ ଭଟ୍ଟ ୧୯୯୧ ରେ ହିଟ୍ ଫିଲ୍ମ ସଡକର ସୀକ୍ୱେଲ ତିଆରି କରିବାକୁ ଯାଉଛନ୍ତି । ୨୭ ବର୍ଷ ପରେ ସଂଜୟ ଦତ ଓ ପୂଜା ଭଟ୍ଟଙ୍କ ଯୋଡିକୁ ଆଉ ଥରେ ପୁଣି ଦର୍ଶକଙ୍କୁ ଦେଖିବାକୁ ମିଳିବ । ଫିଲ୍ମିର ବାକି କଳାକାରଙ୍କ ବିଷୟରେ କିଛି କୁହାଯାଇନାହିଁ, କିନ୍ତୁ ‘ସଡକ ୨’ସେଟର କିଛି ଫୋଟ ସାମନାକୁ ଆସିଛି ।

ଏହି ଫଟୋଟି ମହେଶ ଭଟ୍ଟଙ୍କ ଝିଅ ଅଭିନେତ୍ରୀ ପୂଜା ଭଟ୍ଟ ନିଜ ଇଷ୍ଟ୍ରାଗ୍ରାମରେ ସେୟାର କରିଛନ୍ତି । ପୂଜା ଫୋଟରେ କ୍ୟାପସନ ଲେଖିଛନ୍ତି କି ‘ ସଂଜୟଙ୍କୁ ମହେଶ ପଚାରୁଛନ୍ତି ଶିବ ପ୍ରକୃତରେ କ’ଣ ଅଟନ୍ତି’ ଶିବ ଶାନ୍ତରେ ଜ୍ଞାନର ପ୍ରକାଶକ, ରକ୍ଷକ, ଶିକ୍ଷକ ଅଟନ୍ତି । ଆମକୁ କେବଳ ସେତବେଳେ ଆରାମ ମିଳିବ ଯେତେବେଳେ ଆମେ ସେ ସବୁ ଜିନିଷ ତ୍ୟାଗ କରିବା ଯାହା ଆମର ସବୁଠୁ ପ୍ର୍ରିୟ ଏବଂ ସେହି ରୁଦ୍ରରେ ଶରଣ ମାଗିବା, ସେହି ଶକ୍ତି ଆଗରେ ଆତ୍ମ ସମର୍ପଣ କରିଦେବା’ ।

ମହେଶ ଭଟ୍ଟ ‘ସଡକ ୨’ର ସ୍କ୍ରିପ୍ଟି୍ଙ୍ଗ ଏବଂ ପ୍ରଡକସନରେ ସାମିଲ ହେବ । ଏହି ସିନେମାଟି ଏହି ବର୍ଷ ଅଗଷ୍ଟ ୩୧ ରିଲିଜ ହୋଇପାରେ ଏହା ପୂର୍ବରୁ ପୂଜା ଭଟ୍ଟ ଏକ ଇଂଟରଭ୍ୟୁରେ କହିଛନ୍ତି କି ‘ସଡକ ୨ର ସବୁ ଫ୍ରେମରେ ସଂଜୟ ଦତ ରହିବେ । ଏଥିରେ ପୂଜାଙ୍କ ଚରିତ୍ର ଟିକେ ଅଲଗା ରହିଛି । ଏହି ଫିଲ୍ମଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେବଳ ସଂଜୟଙ୍କ ଫିଲ୍ମ ହେବ ।

 

LEAVE A REPLY

Please enter your comment!
Please enter your name here