୨୩ରେ ବିଜେପି କୃଷକ ମୋର୍ଚ୍ଚାର ବିକ୍ଷୋଭ

0
1

ଭୁବନେଶ୍ୱର: ଆସନ୍ତା ୨୩ରେ କୃଷକମାନଙ୍କର ବିଭିନ୍ନ ଦାବି ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ସବଡିଭିଜନାଲ କାର୍ଯ୍ୟାଳୟ ଘେରାଉ କରାଯିବ  । ଏଥିସହ ବିକ୍ଷୋଭ ପ୍ରଦର୍ଶନ ସାଙ୍ଗକୁ ଦାବିପତ୍ର ପ୍ରଦାନ କରାଯିବ   । ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କୃଷକ ମୋର୍ଚ୍ଚା ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ କୃଷକମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ପ୍ରତିବାଦରେ ସ୍ୱର ଉତ୍ତୋଳନ କରିବାକୁ ସ୍ଥିର କରାଯାଇଛି ବୋଲି ସଭାପତି ଶିବାଜୀ ମହାନ୍ତି କହିଛନ୍ତି  ।
  ଏଥିସହ ସେ କହିଛନ୍ତି, କାର୍ଯ୍ୟକାରିଣୀରେ ଯୋଗ ଦେଇଥିବା ଜିଲ୍ଲା ସଭାପତିଙ୍କଠାରୁ ଯାହା ରିପୋର୍ଟ ମିଳିଛି, ସେଥିରୁ ସ୍ପଷ୍ଟ ହେଉଛି ରାଜ୍ୟ ସରକାର କେନ୍ଦ୍ରର ବିଭିନ୍ନ କୃଷକ କଲ୍ୟାଣକାରି ଯୋଜନାକୁ କୃଷକମାନଙ୍କ  ପାଖରେ ପହଞ୍ଚାଉ ନାହାନ୍ତି । ମୁଗ ଉପରୁ ଭାଟ୍ ଉଠେଇଦେଲେ କଣ ହେବ  । କେନ୍ଦ୍ରସରକାର ମୁଗର ଏମଏଫସି ମୁଲ୍ୟ ୫ ହଜାର ଟଙ୍କା ସ୍ଥିର କରିଛନ୍ତି  । ହେଲେ ଓଡ଼ିଶା ଚାଷୀ ଦଲାଲମାନଙ୍କୁ ୪ ହଜାର ଟଙ୍କାରେ ମୁଗ ବିକ୍ରି କରିବାକୁ ମଧ୍ୟ ବାଧ୍ୟ ହେଉଛନ୍ତି । ମାର୍କଫେଡ୍ ପରି ଏକ ଦୁର୍ନୀତିଗ୍ରସ୍ତ ସଂସ୍ଥା ମାଧ୍ୟମରେ ମୁଗ ସଂଗ୍ରହ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇ ଚାଷୀମାନଙ୍କ ସହ ଅନ୍ୟାୟ କରିଛନ୍ତି  । ଚାଷ ନାଁରେ ଚାଷୀ ଋଣ କରି ମଦ ପିଇ ମରୁଥିବା କଥା କହି ଚାଷୀଙ୍କର ଭାବାବେଗକୁ ଆଘାତ ଦେଇଥିବା ନେତା ଦାମ ରାଉତଙ୍କୁ କୃଷିମନ୍ତ୍ରୀ କରି ସରକାର ଚାଷୀମାନଙ୍କୁ  ଅପମାନିତ କରିଛନ୍ତି, ତାଙ୍କୁ ମନ୍ତ୍ରୀ ପଦରୁ ସରକାର ହଟାଇବା ଉଚିତ ।  ସେହିପରି ଆସନ୍ତା ଜୁନ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ମଣ୍ଡଳସ୍ତରରେ  କୃଷକ ସେଚତନତା ଯାତ୍ରା, କାର୍ଯ୍ୟକ୍ରମ ଆୟୋଜନ କରାଯିବ । କେନ୍ଦ୍ର ସରକାରଙ୍କ ଯୋଜନା ବିଷୟରେ ସମସ୍ତଙ୍କୁ ଅବଗତ କରାଯିବ । ଏଥିସହ  ହାଟମାନଙ୍କରେ ଶୈଚାଳୟ ବ୍ୟବସ୍ଥା ସହିତ ପାନୀୟ ଜଳ, ପିଣ୍ଡିରେ ଛପର ବ୍ୟବସ୍ଥା ସହିତ ବିଭିନ୍ନ ସୁବିଧା କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ   ବିଜେପି କୃଷକ ମୋର୍ଚ୍ଚା ଦାବି ରଖିବ ।

LEAVE A REPLY

Please enter your comment!
Please enter your name here