୨୦୨୦ ସୁଦ୍ଧା ୧୬ ମିଲିଅନ୍‌ ଟନ୍‌ ଖଣି ଉତ୍ପାଦନ ପାଇଁ ଲକ୍ଷ୍ୟ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର : ବେଆଇନ ଖଣି ପଟ୍ଟାଦାରଙ୍କ ଠାରୁ ଜରିମାନା ଆଦାୟ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଆସିବା ପରେ ତତ୍ପର ହୋଇପଡ଼ଛନ୍ତି ରାଜ୍ୟ ସରକାର । ଆଜି ରାଜ୍ୟ ଖଣି ବିଭାଗ ଏ ନେଇ ଏକ ସମୀକ୍ଷା ବୈଠକ କରିଛି । ବେଆଇନ୍‌ ଖଣି ମାଲିକଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ବେଆଇନ୍‌ଭାବେ ଖଣି ଖୋଳି ଥିବା ମାଲିକଙ୍କଠାରୁ ଜରିମାନା ଆଦାୟ କରାଯିବ । ସୁପ୍ରିମ୍‌କୋର୍ଟ ଜାରି କରିଥିବା ନିର୍ଦ୍ଦେଶନାମା ଅନୁଯାୟୀ ଜରିମାନା ଆଦାୟ ହେବ ଏବଂ ଆଦାୟ ହୋଇଥିବା ଜରିମାନା ଆଦେଶନାମା ଅନୁଯାୟୀ ଖର୍ଚ୍ଚ ହେବ ବୋଲି ଶାସନ ସଚିବ ସୂଚନା ଦେଇଛନ୍ତି । ଶାସନ ସଚିବଙ୍କ ସୂଚନାନୁଯାୟୀ ବର୍ତ୍ତମାନ ରାଜ୍ୟରେ ବର୍ଷକୁ ୮ ମିଳିୟନ୍‌ ଟନ୍‌ ଖଣି ଉତ୍ପାଦନ କରାଯାଉଛି । ଆସନ୍ତା ୨୦୨୦ ସୁଦ୍ଧା ଏହାକୁ ୧୬ ମିଲିୟନ୍‌ ଟନ୍‌କୁ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି । ଏହା ସହିତ ରାଜ୍ୟର ଅନ୍ୟ କେଉଁ ସ୍ଥାନରେ ଖଣିଜ ସମ୍ପଦ ମହଜୁଦ ରହିଛି ତାହାର ଚିହ୍ନଟ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୨ ତାରିଖ ଦିନ ଖଣି ଦୁର୍ନୀତିର ଶୁଣାଣୀ କରି ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ଶତପ୍ରତିଶତ ଜରିମାନା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବେଆଇନ୍‌ ଖଣି ମାଲିକ, ପରିବେଶ ନିୟମ ଉଲ୍ଲଘଂନକାରୀ ଏବଂ ଯିଏ ପରିସୀମା ବାହାରକୁ ଯାଇ ଖଣି ଖୋଳିଥିବା ମାଲିକଙ୍କ ଠାରୁ ଜରିମାନା ଦେବାକୁ ବାଧ୍ୟ । ଓଡ଼ିଶାରେ ଖଣି ଦୁର୍ନିତୀକୁ ନେଇ ‘କମନ୍‌ ଜଜ୍‌’ ସଂଗଠନ ଦାଖଲ କରିଥିବା ମାମଲାର ଶୁଣାଣୀ କରି ଏହି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।

ମତାମତ ଦିଅନ୍ତୁ

Please enter your comment!
Please enter your name here