ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ରାଜ୍ୟ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆକାଶ ମେଘାଚ୍ଛନ୍ନ ରହିବା ସାଙ୍ଗକୁ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । ଗୁରୁବାର ଠାରୁ ରାଜ୍ୟରେ ବର୍ଷାର ମାତ୍ରା ବୃଦ୍ଧି ପାଇଛି । ତା ସହିତ ଉପକୂଳ ଓଡ଼ିଶାରେ ମଧ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ କେତେବ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆକାଶ ମେଘାଚ୍ଛନ୍ନ ସାଙ୍ଗଗୁ ଗୁଳୁଗୁଳିର ମାତ୍ରା ଯଥେଷ୍ଟ ଅଧିକ ରହିବ । ଯେତେବେଳେ ଘୂର୍ଣ୍ଣିବଳୟଟି ୧୯ ତାରିଖରେ ଦକ୍ଷିଣ ଉପକୂଳକୁ ଗତି କରିବ ସେତେବେଳେ ତା ପ୍ରଭାବରେ ଉତ୍ତର ଓଡ଼ିଶାରେ ଯେଉଁ ବର୍ଷା ହେଉଥିଲା ତାହା କ୍ରମଶଃ କମିବ । ୧୯ରୁ ୨୨ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିବ ।
ମୌସୁମୀ ବାୟୁ ସକି୍ରୟ ଥିବାରୁ ଏଇ ଘୂର୍ଣ୍ଣିବଳୟ ବର୍ଷା କରିବାରେ ସହାୟକ ହେବ । ପ୍ରାଥମିକ ପର୍ଯ୍ୟାୟରେ ଉତ୍ତର ଓ ଦ୍ୱିତୀୟ ପର୍ଯ୍ୟାୟରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ । ତା ସହିତ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବରେ ଅଧିକ ବର୍ଷା ହେବ । ଜୁନ୍ ୧ ତାରିଖରୁ ଏବେ ପର୍ଯ୍ୟନ୍ତ ରାଜ୍ୟରେ ୫% କମ୍ ବର୍ଷା ହୋଇଛି । ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା ଚଳିତ ଥର ଓଡ଼ିଶାରେ ଆବଶ୍ୟକତା ଠାରୁ ଅଧିକ ବର୍ଷା ହେବ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାରେ ୫ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି । ତେଣୁ ଏହି ଘୂର୍ଣ୍ଣିବଳୟ ସକ୍ରିୟ ହେବା ଦ୍ୱାରା ୫% କମ୍ ବର୍ଷାର ଅଭାବ ପୂରଣ ହେବା ଦ୍ୱାରା ୫% କମ୍ ବର୍ଷାର ଅଭାବ ପୂରଣ ହୋଇପାରିବ ବୋଲି ପାଣିପାଗ ବିଭାଗ ଆଶା ରଖିଛି ।