୧୫ରୁ ସାରା ରାଜ୍ୟରେ ଟ୍ରକ ଧର୍ମଘଟ ଡାକରା

ଭୁବନେଶ୍ୱର: ଡିସେମ୍ବର ୧୫ରୁ ରାଜ୍ୟରେ ପରିବହନ ସେବା କ୍ଷେତ୍ରରେ ବହୁ ବାଧା ସୃଷ୍ଟି ହେବାର ଆଶଙ୍କା କରାଯାଉଛି । କାରଣ ଏହି ଦିନଠାରୁ ରାଜ୍ୟ ବ୍ୟାପୀ ଟ୍ରକ ଧର୍ମଘଟ ଡାକରା ଦେଇଛି ଓଡ଼ିଶା ରାଜ୍ୟ ଟ୍ରକ୍ ମାଲିକ ମହାସଂଘ । ମାଲବାହୀ ଗାଡ଼ି ଉପରେ ଟିକସ ବୃଦ୍ଧି, ଗ୍ରୀନ କାର୍ଡ ପ୍ରତ୍ୟାହାର ଓ ଅନ୍ୟାନ୍ୟ ଦାବିରେ ଏହି ଧର୍ମଘଟ ଡାକରା ଦିଆଯାଇଛି । ସେହିଦିନ ଓଡ଼ିଶା ରାଜ୍ୟ ଟ୍ରକ୍ ମାଲିକ ମହାସଂଘ ୧୧ ଦଫା ଦାବିରେ ଆନ୍ଦୋଳନ କରିବ। ମାଲବାହୀ ଗାଡ଼ି ଉପରେ ଟିକସ ବୃଦ୍ଧି ପ୍ରତ୍ୟାହାର, ଗ୍ରୀନ୍ କାର୍ଡ ପ୍ରତ୍ୟାହାର, ସର୍ବନିମ୍ନ ଭଡ଼ା ଧାର୍ୟ୍ୟ ଦାବି ସହ ପୋଲିସ ଓ ଆରଟିଓ ଚେକିଂ ନାଁରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି । ଆନ୍ଦୋଳନ କରିବା ସହ ରାଜ୍ୟ ସରକାରଙ୍କ ନିକଟରେ ଏହି ସବୁ ଦାବି ରଖାଯିବ ବୋଲି ମହାସଂଘର ସାଧାରଣ ସମ୍ପାଦକ ରବି ଶତପଥୀ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଧର୍ମଘଟ ହେଲେ ରାଜ୍ୟରେ ପରିବହନ ବ୍ୟବସ୍ଥା ଉପରେ ଯଥେଷ୍ଟ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here