୧୦ ଟଙ୍କିଆ ନୋଟରେ କୋଣାର୍କ ସୂର୍ଯ୍ୟମନ୍ଦିର

2

ଛପା ସରିଲାଣି ୧୦୦ କୋଟି ନୋଟ୍
ଖୁବ ଶୀଘ୍ର ବଜାରକୁ ଆସିବ ନୋଟ୍
ଭୁବନେଶ୍ୱର: ଖୁବଶୀଘ୍ର ବଜାରରେ ପ୍ରବେଶ କରିବ ନୂଆ ୧୦ ଟଙ୍କିଆ ନୋଟ୍ । ନିକଟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପଚାଶ ଓ ୫୦୦ ଟଙ୍କିଆ ନୋଟର ରୂପ ପରିବର୍ତ୍ତନ କରାଯାଇଥିଲା । ଚକଲେଟ ବ୍ରାଉନ୍ ରଙ୍ଗର ନୂଆ ୧୦ ଟଙ୍କିଆ ନୋଟରେ କୋଣାର୍କର ସୂର୍ଯ୍ୟମନ୍ଦିର ଛବି ରହିଛି । ନୋଟ୍ ବନ୍ଦିପରେ ଆରବିଆଇ ୨୦୦ ଓ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ କରିବା ସହ ୫୦ ଓ ୫୦୦ ଟଙ୍କିଆ ନୋଟର ରଙ୍ଗ ପରିବର୍ତ୍ତନ କରିଥିଲେ ।
୧୦ ଟଙ୍କିଆ ନୋଟ୍ ବି ମହାତ୍ମା ଗାନ୍ଧୀ ସିରିଜର ହେବ । ନୋଟ ଉପରେ କୋଣାର୍କ ସୂର୍ଯ୍ୟମନ୍ଦିର ଛବି ରହିବ । ପୂର୍ବରୁ କୋଣାର୍କ ମନ୍ଦରର କୌଣସି ଛବି ନୋଟରେ ନଥିଲା । ଶୁଣିବାକୁ ମିଳୁଛି ଯେ, ରିଜର୍ଭ ବ୍ୟାଙ୍କ ୧୦୦ କୋଟି ଟଙ୍କାର ନୋଟ୍ ଛାପି ସାରିଛନ୍ତି ଓ ଶୀଘ୍ର ଏହା ଏଟିଏମକୁ ଆସିବ । ବର୍ତ୍ତମାନ ଯେଉଁ ୧୦ ଟଙ୍କେ ନୋଟ୍ ପ୍ରଚଳିତ ଅଛି ତାହାର ରୂପ ୨୦୦୫ରେ ପରିବର୍ତ୍ତନ କରାଯାଇଥିଲା । ଏହି ନୋଟର ସମ୍ମୁଖ ଭାଗରେ ମହାତ୍ମା ଗାନ୍ଧୀଙ୍କ ଚିତ୍ର ଥିବା ବେଳେ ପଛ ପଟକୁ ହାତୀ, ଗଣ୍ଡା ଓ ବାଘର ଛବି ରହିଛି । ନୂଆ ଦଶଟଙ୍କିଆ ନୋଟର ସଂଖ୍ୟା ଲେଖାରେ ମଧ୍ୟ ପରିବର୍ତ୍ତନ କରାଯାଇଛି ।

LEAVE A REPLY

Please enter your comment!
Please enter your name here