୧୦୦ତମ ଉପଗ୍ରହ ଉତ୍‌କ୍ଷେପଣ କଲା ଇସ୍ରୋ

ଆନ୍ଧ୍ରପ୍ରଦେଶ : ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ନୂଆ ବର୍ଷରେ ଶୁକ୍ରବାର ପୁଣି ଏକ ଇତିହାସ ରଚିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରି କୋଟାରୁ ଇସ୍ରୋ ନିଜର ୧୦୦ ତମ ଉପଗ୍ରହ ଉତକ୍ଷେପଣ କରିଛି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସକାଳ ୯ଟା ୨୯ ମିନିଟ୍‌ରେ ଛୋଟ ବଡ଼ ମୋଟ ୩୧ଟି ଉପଗ୍ରହ ମହାକାଶକୁ ପଠାଇଛି । ଏହି ଉତକ୍ଷେପଣ ସଫଳତାର ସହ ହୋଇଥିବା ଇସ୍ରୋ ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ଇସ୍ରୋ ପକ୍ଷରୁ ପିଏସ୍‌ଏଲଭି-୪୦ ରକେଟ୍‌ ସାହାଯ୍ୟରେ ଉତ୍‌କ୍ଷେପଣ କରାଯାଇଥିବା ଉପଗ୍ରହ ମଧ୍ୟରୁ ୨୮ଟି ବିଦେଶୀ ଓ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୩ ଟି ଉପଗ୍ରହ ରହିଛି । କନାଡ଼ା, ଫିନ୍‌ଲ୍ୟାଣ୍ଡ୍‌, ଫ୍ରାନସ୍‌, ଦକ୍ଷିଣ କୋରିଆ, ବ୍ରିଟେନ୍‌ ଓ ଆମେରିକାର ଉପଗ୍ରହ ସାମିଲ ରହିଛି । ସାଟେଲାଇଟର ଓଜନ ୧ ହଜାର ୩୨୩ କିଲୋଗ୍ରାମ ହୋଇଥିବା ସୂଚନା ମିଳିଛି । ଇସ୍ରୋର ୧୦୦ ତମ ସାଟେଲାଇଟ୍‌ କାର୍ଟୋସାଟ୍‌-୨ ସିରିଜ୍‌ ମିଶନର ପ୍ରାଥମିକ ଉପଗ୍ରହ ଅଟେ । କାର୍ଟୋସାଟ୍‌-୨ ର ଓଜନ ୭୧୦ କିଲୋଗ୍ରାମ ରହିଥିବା ବେଳେ ଅନ୍ୟ ଉପଗ୍ରହ ଗୁଡ଼ିକର ଓଜନ ୬୧୩ କିଲୋଗ୍ରାମ ରହିଛି । ଏଥିରେ ଯାତ୍ରୀ ଉପଗ୍ରହ ମଧ୍ୟ ରହିଛି ଯେଉଁଥିରେ ୧୦୦ କିଲୋଗ୍ରାମ ୧୦ଟି ମାଇକ୍ରୋ ଓ ନାନୋ ଉପଗ୍ରହ ସାମିଲ ହେବ । କାର୍ଟୋସାଟ୍‌ର ଏହି ମିଶନ ସଫଳ ହେଲେ ପୃଥିବୀର ଗୁଣାତ୍ମକ ମାନର ଫଟୋ ଉତ୍ତୋଳନ କରାଯାଇପାରିବ । ଏଠାରେ ଉଲ୍ଲେଖ ଯୋଗ୍ୟ, ୨୦୧୭ ଫେବୃୟାରୀରେ ଏକକାଳୀନ ୧୦୪ଟି ଉପଗ୍ରହ ଉତ୍‌କ୍ଷେପଣ କରି ବିଶ୍ୱ ରେକର୍ଡ କରିଥିଲା । ଗତ ଅଗଷ୍ଟ ମାସରେ ହୋଇଥିବା ଉତକ୍ଷେପଣ ଅସଫଳ ରହିଥିଲା ।

LEAVE A REPLY

Please enter your comment!
Please enter your name here