ହୋମଗାର୍ଡଙ୍କୁ ଆଣ୍ଠେଇ ଦେଲେ ରିଜର୍ଭ ଇନ୍ସପେକ୍ଟର

1

ବାରିପଦା: ଉପଯୁକ୍ତ ଡ୍ରେସ କୋଡରେ ନଥିବାରୁ ହୋମଗାର୍ଡଙ୍କୁ  ମିଳିଛି ପନିସମେଣ୍ଟ । ପୁଣି ଏମିତି ସେମିତି ପନିସମେଣ୍ଟ ନୁହେଁ । ଦରମା କଟିନି କି ସସପେଣ୍ଡ ହୋଇନାହାନ୍ତି । କିନ୍ତୁ ରିଜର୍ଭ ଇନ୍ସପେକ୍ଟର ସେମାନଙ୍କୁ ନିଲଡାଇନ୍ କରିଥିଲେ । ମୟୂରଭଞ୍ଜର ବାରିପଦାରେ ଘଟିଛି ଏଭଳି ଘଟଣା । ଆଣ୍ଠୋଇ ଥିବା ହୋମଗାର୍ଡଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଥିଲେ ।
  ହୋମଗାର୍ଡ ମାନେ ରଥଯାତ୍ରା ଡୁ୍ୟଟିରେ ଯାଇଥିଲେ  । ଚେକିଂ ବେଳେ ଏମାନେ ଠିକରେ ୟୁନିଫର୍ମ ପିନ୍ଧି ନଥିବା ଜଣାପଡିଥିଲା ।  ଏହା ପରେ ରିଜର୍ଭ ଇନ୍ସପେକ୍ଟର ସେମାନଙ୍କୁ ହୋମଗାର୍ଡ କମାଣ୍ଡାଣ୍ଟଙ୍କ କାର୍ଯ୍ୟାଳୟରେ ୨ ମିନିଟ ଆଣ୍ଠୋଇ ଦେଇଥିଲେ ।  ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅନୁଯାୟୀ ଏଭଳି ଦଣ୍ଡ ଦିଆଯାଏ ବୋଲି ରିଜର୍ଭ ଇନ୍ସପେକ୍ଟର କହିଛନ୍ତି  ।

LEAVE A REPLY

Please enter your comment!
Please enter your name here