ହେବ ଡିଏଲ୍-ଆଧାର ସଂଯୋଗ

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ: ଖୁବଶୀଘ୍ର ଡ୍ରାଇଭିଂ ଲାଇସେନ୍ସକୁ ଆଧାରସହ ସଂଯୋଗ କରାଯିବ । ଜାଲ କାମ ଉପରେ ଅଙ୍କୁଶ ଲଗାଇବା ପାଇଁ ଡ୍ରାଇଭିଂ ଲାଇସେନ୍ସକୁ ଆଧାର ସହ ଲିଙ୍କ ଦିଆଯିବ ବୋଲି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି । ଏନେଇ ସଡକ ଓ ପରିବହନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସହ ଆଲୋଚନା ହୋଇଛି । ଏହା ପୂର୍ବରୁ ପାନ କାର୍ଡକୁ ଆଧାର ସହ ଲିଙ୍କ କରାଯାଇସାରିଛି । ଏଥିରେ ଟଙ୍କା ହେରଫେର କରିବା ଉପରେ ଲଗାମ ଲଗାଇବାରେ ଆମେ ସଫଳ ହୋଇଛୁ ବୋଲି ମନ୍ତ୍ରୀ ରବିଶଙ୍କର କହିଛନ୍ତି ।
  ହରିୟାଣା ଡିଜିଟାଲ ସମିତିରେ ଯୋଗ ଦେଇ ରବିଶଙ୍କର କହିଛନ୍ତି ଆଧାରର ଡିଜିଟାଲ ପରିଚୟପତ୍ର ଦ୍ୱାରା ଲୋକଙ୍କ ପରିଚୟ ସହଜରେ ମିଳି ପାରିବ  । ଡିଜିଟାଲ  ପ୍ରଯୁକ୍ତିବିଦ୍ୟା ଜରିଆରେ ଅନେକ ମାମଲାରେ ହେଉଥିବା ହେରଫେର ଉପରେ ଅଙ୍କୁଶ ଲଗାଯାଇ ପାରିବ । ତେଣୁ ଏସବୁ ଦିଗକୁ ଦୃଷ୍ଟିରେ ରଖି ଏବେ ଡ୍ରାଇଭିଂ ଲାଇସେନ୍ସକୁ ମଧ୍ୟ ଆଧାର ସହ ସଂଯୋଗ କରାଯିବ । ସୂଚନାଯୋଗ୍ୟ ସରକାର ପାନ କାର୍ଡକୁ ଆଧାର ସହ ସଂଯୋଗିକରଣର ଶେଷ ତାରିଖ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି  । ଯଦ୍ୱାରା ଅଧିକରୁ ଅଧିକ ଲୋକେ ପାନକୁ ଆଧାର ସହ ଯୋଡି ପାରିବେ ।

ମତାମତ ଦିଅନ୍ତୁ

Please enter your comment!
Please enter your name here