‘ହାଉସଫୁଲ-୪’ରେ ଆସିବେ ବବି

1

ଭୁବନେଶ୍ବର :ଦୀର୍ଘ ୪ବର୍ଷ ପଯ୍ର୍ୟନ୍ତ ଫିଲ୍ମ ଦୁନିଆରୁ ଦୂରେଇ ରହିବା ପରେ ଏବେ ପୁଣି ଫେରୁଛନ୍ତି ବବି ଦେଓଲ। ଏକ ନୂଆ ଲୁକ୍ ଏବଂ ମେକ୍ଓଭର ନେଇ ସେ ପୁଣି ଥରେ ଫିଲ୍ମକୁ ଫେରୁଛନ୍ତି। କିଛି ଦିନ ତଳେ ସେ ସଲମାନ ଖାନ୍ଙ୍କ ସହ ‘ରେସ-୩’ରେ ନଜର ଆସୁଛନ୍ତି ବୋଲି ଖବର ସ୍ପଷ୍ଟ ହେବା ପରେ ଏବେ ସେ ଆଉ ଏକ ବଡ ବ୍ୟାନରରେ ଫିଲ୍ମ ‘ହାଉସଫୁଲ-୪’ରେ ଅଭିନୟ କରିବେ ବୋଲି ଜଣାପଡିଛି। ଏମିତି ଗୋଟେ ପରେ ଗୋଟେ ବଡ ବ୍ୟାନରରେ ସିନେମା ମିଳିବା ପରେ ବବି ବହୁତ ଖୁସିଥିବା ଜଣାପଡିଛି। ତାଙ୍କ କହିବା ଅନୁଯାୟୀ, ‘୪ବର୍ଷ ପୂର୍ବରୁେ ଯତେବେଳେ ମୁଁ ଫିଲ୍ମ ଦୁନିଆ ଛାଡିଥିଲି, ସେତେବେଳେ ମୁଁ ଆଜି େଯଉଁଠିଅଛି ସେଇଠି ପହଞ୍ଚି ବି ବୋଲି ଭାବି ନ ଥିଲି। ମୁଁ ସବୁବେଳେ ସାଜିଦ୍ନା ଦିଆଦ୍ଓ୍ବାଲାଙ୍କ ସହ କାମ କରିବା ପାଇଁ ଇଚ୍ଛା ରଖି ଆସିଥିଲି ଏବଂ ଶେଷରେ ଏହା ‘ହାଉସଫୁଲ୍-୪’ ମାଧ୍ଯମରେ ପୂରା ହେବାକୁ ଯାଉଛି। ଅକ୍ଷୟଙ୍କ ସହ ମୁଁ ଆଗରୁ ୪ଟି ଫିଲ୍ମ କରି ସାରିଛି। ଏତେ ଦିନ ପରେ ପୁଣି ଥରେ ତାଙ୍କ ସହ ସ୍କ୍ରିନ ସେୟାର କରିବାକୁ ଯାଇଥିବାରୁ ମୁଁ ବହୁତ ଖୁସି। ୨୦୧୨ରେ ବବିଙ୍କ ଅଭିନୀତ ଶେଷ ଫିଲ୍ମ ‘ପ୍ଲେୟାର’ ରିଲିଜ ହାଇଥିଲା। ଏହା ପରେ ସେ ଆଉ ପରଦା ଉପରେ ନଜର ଆସି ନ ଥିଲେ। ବଲିଉଡରେ ତାଙ୍କର କ୍ୟାରିୟର ସମାପ୍ତ ହୋଇଗଲା ବୋଲି ଦର୍ଶକେ ଭାବୁଥିବା ବେଳେ ଏବେ ସେ ପୁଣି ଥରେ ଦର୍ଶକଙ୍କ ମନୋରଞ୍ଜନ କରିବା ପାଇଁ ନିଜର ଯାତ୍ରା ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here