You are here
Home > ଅଧିକ ଖବର > ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ : କେନ୍ଦ୍ର ବଲ ଫେରାଇଲା ରାଜ୍ୟକୁ

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ : କେନ୍ଦ୍ର ବଲ ଫେରାଇଲା ରାଜ୍ୟକୁ

ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରି ପୂଣ୍ଣାଙ୍ଗ ପ୍ରସ୍ତାବ ପଠାଅ

ଭୁବନେଶ୍ୱର : ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ସେଠାରେ ଓକିଲମାନେ ଆନ୍ଦୋଳନ ଅଭ୍ୟାହତ ରଖିଛନ୍ତି । ଆନ୍ଦୋଳନକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓ ଦ କ୍ଷଣ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ପଦକ୍ଷେପ ନେବାକୁ କେନ୍ଦ୍ର ଆଇନ ମନ୍ତ୍ରୀ ରବୀ ଶଙ୍କର ପ୍ରସାଦଙ୍କୁ ଗତ ୫ ତାରିଖରେ ଚିଠି ଲେଖିଥିଲେ । ଏହି ଚିଠି ଲେଖି ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ କୋର୍ଟ ବଲ ଗଡାଇ ଦେଇଥିଲେ । ଏବେ ମୁଖ୍ୟମନ୍ତ୍ରୀଙ୍କ ଚିଠିର ଉତ୍ତର ଦେଇ କେନ୍ଦ୍ର ଆଇନମନ୍ତ୍ରୀ ପୁଣି ରାଜ୍ୟ ସରକାରଙ୍କ କୋର୍ଟକୁ ବଲ ଗଡାଇ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଉପରେ ସବୁକିଛି ଛାଡିଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଯେଉଁ ଚିଠି ଲେଖିଛନ୍ତି ତାହା ପୂଣ୍ଣାଙ୍ଗ ନୁହେଁ ବୋଲି ସେ ଦର୍ଶାଇଛନ୍ତି । କେନ୍ଦ୍ର ନକରିବାର ବାହାନ କରୁଛି ବୋଲି ବିଜେଡି କହୁଛି ।
କେନ୍ଦ୍ର ମନ୍ତ୍ରୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ପୂଣ୍ଣାଙ୍ଗ ବିଧି ବ୍ୟବସ୍ଥା ଅନୁସାରେ ଚିଠି ପଠାଅ । ଏ ସମ୍ପର୍କରେ ପ୍ରଥମେ ମୁଖ୍ୟମନ୍ତ୍ରୀ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରନ୍ତୁ । ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରି ସବୁ ବିଷୟ ନିଦ୍ଦିଷ୍ଟ କରାନ୍ତୁ । କୋର୍ଟ କେଉଁଠାରେ ପ୍ରତିଷ୍ଠା ହେବ ତାର ସ୍ଥାନ ନିରୂପଣ କରନ୍ତୁ । ଏଥିପାଇଁ ଆବଶ୍ୟକ ଜମି, ହାଇକୋର୍ଟ କୋଠା ଓ ଆବାସିକ ସ୍ଥାନ ନିରୂପଣ କରନ୍ତୁ । ପ୍ରସ୍ତାବିତ ବେଞ୍ଚର କାଯ୍ୟ କ୍ଷେତ୍ର ନିଦ୍ଧାରିତ କରନ୍ତୁ । ବେଞ୍ଚ ଅଧିନରେ କେଉଁ କେଉଁ ଅଞ୍ଚଳ ରହିବ ତାହା ସ୍ପଷ୍ଟ ହେବା ଦରକାର । ଏସବୁ ବିଷୟ ଚୂଡାନ୍ତ କରି ହାଇକୋର୍ଟଙ୍କ ଅନୁମତି ନେଇ ପ୍ରସ୍ତାବ ପଠାନ୍ତୁ । ବିଧି ଅନୁସାରେ ପ୍ରସ୍ତାବ ଆସିଲେ ତାହା ଉପରେ କେନ୍ଦ୍ର କାଯ୍ୟପନ୍ଥା କରିବ ବୋଲି ଶ୍ରୀ ପ୍ରସାଦ ତାଙ୍କ ଚିଠିରେ ଦର୍ଶାଇଛନ୍ତି ।
ଏହା ଉପରେ ପ୍ରତିକ୍ରିୟା ରଖି ବିଜେଡି ସାଂସଦ ପ୍ରସନ୍ନ ଆଚାଯ୍ୟ କହିଛନ୍ତି ନିଜ ଉପରୁ ଦାୟିତ୍ୱ ହଟାଇବା ପାଇଁ କେନ୍ଦ୍ର ମନ୍ତ୍ରୀ ଏପରି କଥା କହିଛନ୍ତି । ଭିତ୍ତ୍ଭୂମି ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ କହିସାରିଛନ୍ତି । ତାଙ୍କର ଇଚ୍ଛା ନାହିଁ ସେଥିପାିଁ ବାହାନା କରୁଛନ୍ତି । ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ କଣ କେନ୍ଦ୍ରର ଦାୟିତ୍ୱ ନୁହେଁ ବୋଲି ଶ୍ରୀ ଆଚାଯ୍ୟ ପ୍ରଶ୍ନ ଉଠାଇଛନ୍ତି ।

Loading...
ONA

Leave a Reply

Top