ହାଇକୋର୍ଟରେ ମହିମାଙ୍କୁ ଝଟକା

କଟକ: ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କୁ ଆଜି ହାଇକୋର୍ଟରୁ ବଡ ଝଟକା ଲାଗିଛି ।  ମହିମାଙ୍କ ହେଭିୟର୍ସ କର୍ପସ୍ ଆବେଦନକୁ ହାଇକୋର୍ଟ ଗୁରୁବାର ଖାରଜ କରିଛନ୍ତି । କଟକ ପ୍ରେସ୍ଛକ ବୋମାମାଡ ଓ ତାରିଣୀ ଗଡର ଗୁଳିମାଡ ଘଟଣାରେ ମହିମା  ମିଶ୍ର ଜେଲରେ ଅଛନ୍ତି । ଉଭୟ ମାମଲାରେ ମହିମାଙ୍କ ଓକିଲ ପିଟିସନ ଦାଖଲ କରିଥିଲେ  । ଏହି ପିଟିସନକୁ ଖାରଜ କରିଛନ୍ତି ହାଇକୋର୍ଟ । କଟକ ବୋମାମାଡ ଓ ତାରିଣୀଗଡ ଗୁଳିମାଡ ଘଟଣାରେ ତାଙ୍କୁ ବେଆଇନ ଭାବେ ଅଟକ ରଖାଯାଇଛି ।  ତାରିଣୀଗଡ ଗୁଲି କାଣ୍ଡ ଘଟଣାରେ କୁଜଙ୍ଗ ଜେଏମ୍ଏଫ୍ସି କୋର୍ଟଙ୍କ ମେ ୧୬ ତାରିଖ ପରଠାରୁ କୌଣସି ନିର୍ଦେଶନାମା ନାହିଁ । ଏହାକୁ ନେଇ ମହିମା ଗତ ଜୁନ ୧୪ ତାରିଖରେ ହାଇକୋର୍ଟରେ ପିଟିସନ ରୁଜୁ କରିଥିଲେ । ଅଗଷ୍ଟ ୮ ତାରିଖରେ ଏହି ମାମଲାର ଶୁଣାଣୀ କରି ହାଇକୋର୍ଟ ରାୟ ସଂରକ୍ଷିତ ରଖିଥିଲେ ।  ଅଗଷ୍ଟ ୮ ତାରିଖରେ ଏହି ମାମଲାର ଶୁଣାଣୀ କରି ହାଇକୋର୍ଟ ରାୟ ସଂରକ୍ଷିତ  ରଖିଥିଲେ । ସିୱେଜ ସିପିଙ୍ଗ୍ ଜେନେରାଲ ମ୍ୟାନେଜର ମହେନ୍ଦ୍ର ସିଂହଙ୍କ ହତ୍ୟା  ମାମଲାରେ ଓଡ଼ିଶା ପୋଲିସ ମହିମାଙ୍କୁ ଗିରଫ କରିଥିଲା ।