ହତ୍ୟା ମାମଲା: ପୂର୍ବତନ ସାଂସଦ ପ୍ରଭୁନାଥଙ୍କୁ ଆଜୀବନ କାରାଦଣ୍ଡ

ହଜାରୀବାଗ: ଆରଜେଡି ନେତା ଏବଂ ପୂର୍ବତନ ସାଂସଦ ପ୍ରଭୁନାଥ ସିଂଙ୍କୁ ହଜାରୀବାଗ କୋର୍ଟ ଆଜୀବନ କାରାଦଣ୍ଡ ସଜା ଶୁଣାଇଛନ୍ତି । ପ୍ରଭୁନାଥଙ୍କ ଭାଇ ଦୀନାନାଥ ସିଂ ଓ ପୂର୍ବ ମୁଖିଆ ରିତେଶ ସିଂଙ୍କୁ ମଧ୍ର ଆଜୀବନ କାରାଦଣ୍ଡ ଦେଇଛନ୍ତି କୋର୍ଟ । ଗତ ୨୨ ବର୍ଷ ତଳେ ଅଶୋକ ସିଂ ହତ୍ୟା ମାମଲାରେ କୋର୍ଟ ଏ ସମସ୍ତଙ୍କୁ ଦୋଷୀ ବିବେଚିତ କରିଛନ୍ତି । ଭିଡିଓ ସମ୍ମିଳନୀ ମାଧ୍ୟମରେ କୋର୍ଟ ଏହି ଦଣ୍ଡ ଘୋଷଣା କରିଛନ୍ତି । ୧୯୯୫ ମସିହା ଜୁଲାଇ ୩ ତାରିଖ ପାଟଣା ଠାରେ ସରକାରୀ ବାସଭବନରେ ବୋମା ପକାଇ ଅଶୋକ ସିଂଙ୍କ ହତ୍ୟା କରିଥିଲେ । ସେ ସମୟରେ ଅଶୋକ ଆରଜେଡିର ବିଧାୟକ ଥିଲେ । ଅଭିଯୁକ୍ତ ପ୍ରଭୁନାଥଙ୍କୁ ଏହି ହତ୍ୟାର ମୁଖ୍ୟ ଆରୋପୀ ବୋଲି କୁହାଯାଇଥିଲା । ଅଶୋକ ସିଂ ପ୍ରଭୁନାଥ ସିଂଙ୍କୁ ହରାଇ ବିଧାୟକ ହୋଇଥିଲେ । ଅଶୋକ ସିଂ ହତ୍ୟା ମାମଲାରେ ଗିରଫ ହୋଇଥିବା ପ୍ରଭୁନାଥ ସିଂ ଛପରା ଜେଲରେ ରହିଥିବା ବେଳେ ଆଇନ୍ ବ୍ୟବସ୍ଥା ସାମାନ୍ୟ ବିଗିଡି ଯାଇଥିଲା । ଯେଉଁଥିପାଇଁ ତାଙ୍କୁ ହଜାରୀବ ାଗ ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ସେ ସମୟରେ ସ୍ୱତନ୍ତ୍ର ଝାଡଖଣ୍ଡର ଗଠନ ହୋଇନଥିଲା । ପ୍ରଭୁନାଥଙ୍କ ଆବେଦନରେ ହଜାରୀବାଗ କୋର୍ଟରେ ଏହି ମାମଲାର ଟ୍ରାଏଲ ଚାଲିଥିଲା । ମାମଲାର ୨୨ ବର୍ଷ ପରେ କୋର୍ଟରେ ଏହାର ନିଷ୍ପତ୍ତି ଶୁଣାଇଛନ୍ତି ।