You are here
Home > ଅଧିକ ଖବର > ହତ୍ୟାକାଣ୍ଡର ସାକ୍ଷ୍ୟଦେବା ଲାଗି ଧାମନଗର ବିଧାୟକ ଗଲେ କୋର୍ଟ

ହତ୍ୟାକାଣ୍ଡର ସାକ୍ଷ୍ୟଦେବା ଲାଗି ଧାମନଗର ବିଧାୟକ ଗଲେ କୋର୍ଟ

ଭଦ୍ରକ/ବାସୁଦେବପୁର: ଭଦ୍ରକ ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଚର୍ଚ୍ଚିତ ଛୁଞ୍ଚିଆ ଜେନା ହତ୍ୟାକାଣ୍ଡ ମାମଲାର ସାକ୍ଷ୍ୟ ଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ବାଲିନଗର ପଡ଼ିଆରେ ନିରଞ୍ଜନ ଜେନା ଓରଫ ଛୁଞ୍ଚିଆଙ୍କୁ ୨୦୦୩ ମସିହାରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା ।

ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ଧାମନଗର ବିଧାୟକ ମୁକ୍ତକାନ୍ତ ମଣ୍ଡଳଙ୍କ ସମେତ ୫ଜଣ ଅଭିଯୁକ୍ତ ଜିଲ୍ଲା ଦୌରା ଜଜ ଅନୁପ ଚାନ୍ଦଙ୍କ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଛନ୍ତି ।

ତେବେ ହତ୍ୟାକାଣ୍ଡ ଘଟିଥିବା ସମୟରେ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ବାସୁଦେବପୁର ବ୍ଲକ ଚେୟାରମ୍ୟାନ ଥିଲେ ।

Loading...
ONA

Leave a Reply

Top