ସୋଶାଲ ମିଡିଆରେ ଭାଇରାଲ ହେଲା ଅଦ୍ଦୃଶ୍ୟ ମହିଳାଙ୍କ ଭିଡିଓ, ଦେଖନ୍ତୁ କିପରି….

https://www.facebook.com/nnsodia/videos/267154983995629/?t=5

ବେଜିଂ: ଚୀନ୍‌ର ଲାନ୍‌ଝୋହୁ ସହରରେ ଏକ ଅଜବ ଘଟଣା ଘଟିବା ପରେ ଉକ୍ତ ଘଟଣା ସାରା ସୋଶାଲ ସାଇଡରେ ଘୂରି ବୁଲୁଥିବାର ଦେଖିବାକୁ ମିଳୁଛି । ଉକ୍ତ ଭିଡିଓରେ ଜଣେ ମହିଳା ରାସ୍ତାରେ ପଥଚାରୀଙ୍କ ପାଇଁ ଉଦ୍ଦିଷ୍ଟ ପେଭମେଣ୍ଟ୍‌ରେ ଚାଲୁଚାଲୁ ହଠାତ୍‌ କେମିତି ଅନ୍ତର୍ଦ୍ଧାନ ହୋଇଯାଉଛନ୍ତି ତା’ର ଦୃଶ୍ୟ ରହିଛି । ଜଣେ ମହିଳା ପେଭମେଣ୍ଟ୍‌ରେ ଚାଲିଚାଲି ଯାଉଥିବା ବେଳେ ହଠାତ୍‌ ଏହା ଧସି ଯାଇ ବଡ଼ ଗାତ ସୃଷ୍ଟି ହେଉଛି । ଫଳରେ ମହିଳା ଜଣଙ୍କ ଏହା ମଧ୍ୟକୁ ଖସିପଡ଼ି ଅଦୃଶ୍ୟ ହେଇଯାଉଛନ୍ତି । ତେବେ ଅନ୍ୟ ପଥଚାରୀ ଓ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉକ୍ତ ଗାତ ଭିତରୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଛନ୍ତି । ଏହି ଘଟଣାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋବା ପରେ ପୁଲିସ୍‌ ଏତେ ବଡ଼ ଗାତ କେମିତି ସୃଷ୍ଟି ହେଲା, ତା’ର ତଦନ୍ତ ଆରମ୍ଭ କରିଛି । ଏହା ପୂର୍ବରୁ ତୁର୍କୀରେ ଏକ ପେଭମେଣ୍ଟ ଧସି କେଉଁଭଳି ଦୁଇ ଜଣ ମହିଳା ଗଭୀର ଖାତ ଭିତରେ ହଜିଯାଇଥିଲେ, ତାର ଭିଡିଓ ସାରା ଦୁନିଆ ଦେଖିଥିଲା ବେଳେ ପୁଣି ଏକ ର୍ଗତ ସୃଷ୍ଟି ହେବା ପରେ ସାରା ଅଞ୍ଚଳରେ ଚହଳ ସୃଷ୍ଟି କରିଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here