You are here
Home > ଏଣ୍ଟରଟେନମେଣ୍ଟ > ସୋନୀଲ ବେନ୍ଦ୍ରେଙ୍କ ମୃତ୍ୟୁ ଗୁଜବ, ଉଚିତ ଜବାବ ଦେଲେ ସ୍ୱାମୀ

ସୋନୀଲ ବେନ୍ଦ୍ରେଙ୍କ ମୃତ୍ୟୁ ଗୁଜବ, ଉଚିତ ଜବାବ ଦେଲେ ସ୍ୱାମୀ

ସୋସିଆଲ ମିଡିଆରେ ସତ ହେଉ ଅବା ମିଛ କଥା ଭାଇରାଲ ହେବାକୁ ବେଶୀ ସମୟ ଲାଗିନଥାଏ । ତେବେ କେହିଁ କେବେ ଭାବି ନଥାନ୍ତି ଯେ ଘଟଣା ସତ୍ୟ ନା ଉଡା ଖବର । ତେବେ ଆମେ ଆଜି ଆପଣ୍ହକୁ କହିବାକୁ ଯାଉଛୁ ସୋନାଲୀ ବେନ୍ଦ୍ରେଙ୍କ ମୃତ୍ୟୁ ଗୁଜବ କଥା । ବଲିଉଡ୍ର ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଏବେ କର୍କଟ ରୋଗରେ ପୀଡ଼ିତ ହୋଇ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି । ସେ କିପରି ଖୁବ୍ ଶୀଘ୍ର ଆରୋଗ୍ୟ ହେବେ ସେ ନେଇ ତାଙ୍କ ପରିବାର ଏବଂ ତାଙ୍କ ପ୍ରଶଂସକମାନେ କାମନା କରୁଥିବା ବେଳେ ଏବେ ସୋସିଆଲ ମିଡ଼ିଆ ବ୍ୟବହାକାରୀଙ୍କ ଉପରେ ରାଗିଛନ୍ତି ସୋନାଲିଙ୍କ ସ୍ୱାମୀ ଗୋଲ୍ଡି ବହଲ । ସୋନାଲିଙ୍କ ଚିକିତ୍ସା ସମ୍ବନ୍ଧିତ ସମସ୍ତ ଖବର ସୋନାଲି ସୋସିଆଲ ମିଡ଼ିଆରେ ସେୟାର କରୁଥିଲେ ମଧ୍ୟ ତାଙ୍କ ମୃତ୍ୟୁକୁ ନେଇ କିଛି ଲୋକ ମିଥ୍ୟା ପ୍ରଚାର କରିଥିବା ଦେଖା ଯାଇଥିଲା । ହ୍ଵାଟ୍ସଆପରେ ସୋନାଲିଙ୍କ ବିୟୋଗକୁ ନେଇ ମିଥ୍ୟା ଖବର ପ୍ରସାର ହେବା ପରେ ଏହା ପ୍ରକୃତରେ ସତ କି ନାହିଁ ତାହା ନ ଜାଣି ବିଜେପି ବିଧାୟକ ରାମ କଦମ ଅଭିନେତ୍ରୀଙ୍କୁ ହ୍ଵାଟ୍ସଆପରେ ସେହି ମେସେଜ ଯୋଡ଼ି ଶ୍ରଦ୍ଧାଞ୍ଜଳି ଦେଇଥିଲେ । କିନ୍ତୁ ପରେ ସେ ସତ ଜାଣିବା ସହ ମେସେଜ ହଟାଇ ନିଜ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ । ଏତେ ସବୁ ଦେଖିବା ପରେ ଚୁପ୍ ନ ରହି ଏଭଳି ମିଥ୍ୟା ଖବର ପ୍ରଚାର କରୁଥିବା ଲୋକମାନଙ୍କୁ ଉଚିତ୍ ଜବାବ ଦେଇଛନ୍ତି ଗୋଲ୍ଡି । ଦୟା କରି ସୋସିଆଲ ମିଡ଼ିଆର ବ୍ୟବହାର ଦାୟିତ୍ୱର ସହ କରନ୍ତୁ । ଆସନ୍ତୁ ମିଶି ଏଭଳି ମିଥ୍ୟା ଖବରକୁ ବିଶ୍ୱାସ ନ କରିବା ସହ ପ୍ରସାର ହେବାରୁ ରୋକିବା ବୋଲି ଲେଖି ଟ୍ଵିଟ୍ କରିଥିବା ସୂଚନା ମିଳିଛି ।

Loading...
ONA

Leave a Reply

Top