You are here
Home > ଏଣ୍ଟରଟେନମେଣ୍ଟ > ସୋନାଲିଙ୍କ ସ୍ୱାସ୍ଥ୍ୟାବସ୍ତା ଗମ୍ଭୀର !

ସୋନାଲିଙ୍କ ସ୍ୱାସ୍ଥ୍ୟାବସ୍ତା ଗମ୍ଭୀର !

କିଛି ଦିନ ତଳେ ସୋସିଆଲ ମିଡ଼ିଆ ଜରିଆରେ କର୍କଟ ରୋଗ ବିଷୟରେ ଜଣାଇଥିଲେ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ । କର୍କଟ ରୋଗର ଶିକାର ହେବା କଥା ସମ୍ନାକୁ ଆସିବା ପରେ ସେ ନ୍ୟୁୟର୍କ ଯାଇଥିଲେ । ବିଭିନ୍ନ ସମୟରେ ସେ ନିଜ ସ୍ୱାସ୍ଥ୍ୟ ସହ ଜଡ଼ିତ ସମସ୍ତ ତଥ୍ୟ ନିଜ ପ୍ରଶଂସକଙ୍କୁ ଦେଇଥାନ୍ତି । ଫଟୋ କି ଭିଡ଼ିଓ ମାଧ୍ୟମରେ ହେଉ ସେ ନିଜର ଦୁଃଖକୁ ସମସ୍ତଙ୍କ ସହ ସହ ବାଣ୍ଟିଥାନ୍ତି । କିଛି ଦିନ ତଳେ ତାଙ୍କର ଲଣ୍ଡା ହେବାର ଫଟୋ ଭାଇରାଲ ହୋଇଥିଲା । ଯାହା ତାଙ୍କ ପ୍ରଶଂସକଙ୍କୁ ଦୁଃଖିତ କରିଥିଲା । ଏବେ ତାଙ୍କର ଆଉ ଏକ ଫଟୋ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଫଟୋରେ ତାଙ୍କ ଆଖି ତଳ କଳା ପଡ଼ି ଯାଇଥିବା ବେଳେ ତାଙ୍କ ଶରୀରର ଓଜନରେ ଅନେକ ପରିବର୍ତ୍ତନ ଆସିଥିବା ଦେଖିବାକୁ ମିଳିଛି । ଗତକାଲି ଇର୍ଫାନ୍ ଖାନଙ୍କ ସ୍ୱସ୍ଥ୍ୟବସ୍ଥା ବିଗିଡ଼ିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା । ଏକା ସାଙ୍ଗେ ଦୁଇ ଲୋକପ୍ରିୟ ବଲିଉଡ କଳାକାରଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା କଥା ଉଭୟ ପ୍ରଶଂସକ ଏବଂ ବଲିଉଡ ଜଗତକୁ ଦୁଃଖଭରା କରିଦେଇଛି ।

Loading...
ONA

Leave a Reply

Top