ସୁରଟରେ ଶ୍ରମିକ ଓ ମ୍ୟାନେଜର ଭାବେ କାମକରୁଥିବା ଓଡିଆ ନିଜ ରାଜ୍ୟରେ ମାଲିକ ହୁଅନ୍ତୁ – ଧର୍ମେନ୍ଦ୍ର ପ୍ରଧାନ

https://www.facebook.com/nnsodia/videos/267154983995629/?t=5

ସୁରଟ/ଭୁବନେଶ୍ୱର,  ସୁରଟର ଟେକ୍ସଟଟାଇଲ ଉଦ୍ୟୋଗରେ ଓଡିଆ ଲୋକଙ୍କର ପ୍ରମୁଖ ଭୂମିକାରହିଛି । ଏହି ଉଦ୍ୟୋଗ କ୍ଷେତ୍ର ମଧ୍ୟରେ ଭାରବର୍ଷରେ ସୁରଟ ବହୁତ ବଡ କେନ୍ଦ୍ର । ଓଡିଆ ଲୋକମାନେ ଏଠାରେ ଶ୍ରମିକ ଓ ମ୍ୟାନଜର ଭାବେ କାମ କରୁଛନ୍ତି । ସେମାନେ ନିଜ ରାଜ୍ୟକୁ ଯାଇ ମାଲିକ ଭାବେ କାମ କରନ୍ତୁ ଏହା ଆମର ଲକ୍ଷ୍ୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ସୁରଟରେ ଇଣ୍ଡିଆନ ଅଏଲ ଦ୍ୱାରା ଆୟୋଜିତ ଭାରଇନଭେଷ୍ଟରମିଟ୍ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟରେ ଯୁବକ ମାନଙ୍କୁ ନିଯୁକ୍ତି ମିଳୁ । ଓଡିଆ ଲୋକମାନେ ନିଜ ଗୋଡରେ ଛିଡା ହୁଅନ୍ତୁ ଏଥିପାଇଁ ଏହି ଇନଭେଷ୍ଟର ମିଟର ଆୟୋଜନ କରାଯାଇଛି ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ପାରାଦୀପ ତୈଳ ବିଶୋଧନାଗାରରୁ ପଲିମର ଉତ୍ପାଦିତ ହେଉଛି । ପ୍ଲାଷ୍ଟିକ ଓ ଟେକ୍ସଟଟାଇଲ ଶିଳ୍ପ ପାଇଁ ଏହା କଂଚାମାଲ ଭାବେ ବ୍ୟବହୃତ ହୋଇ ଓଡିଶାରେ ଶିଳ୍ପ ସହ ଓଡିଆ ଲୋକଙ୍କୁ ଉଦ୍ୟମି କରିବାରେ ସହାୟକ ହେବ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ସୁରଟ ଟେକ୍ସଟଟାଇଲ କ୍ଷେତ୍ରରେ ଦେଶର ସବୁଠାରୁ ପ୍ରଗତୀଶୀଳ କେନ୍ଦ୍ର । ସେଥିପାଇଁ ଆଇଓସି ପକ୍ଷରୁ ଏହି ରୋଡ ସୋ ଏଠାରେ କରାଯାଇଛି । କେବଳ ଟେକ୍ସଟଟାଇଲ ନୁହେଁ ଅନେକ ଗୁଡିକ ଇଣ୍ଡଷ୍ଟ୍ରି ଏଠାରେ କାମ କରୁଛନ୍ତି । ଏମାନଙ୍କ ଅନୁଭବର ଫାଇଦା ଓଡିଶାକୁ ମିଳୁ । ଏଠାରେ କାମ କରୁଥିବା ଇଣ୍ଡଷ୍ଟ୍ରି ମାନଙ୍କରେ ଓଡିଆ ମାନଙ୍କର ବହୁତ ଅବଦାନ ରହିଛି । ଓଡିଶାରେ ଡାଇନଷ୍ଟ୍ରିମ ଉଦ୍ୟୋଗ ଗୁଡିକର ବିକାଶ କିପରି ହେବ ସେଥିପାଇଁ ଏହି ରୋଡ ସୋ ଆୟୋଜନ କରାଯାଇଛି । ଏହାକୁ ସମସ୍ତ ପ୍ରକାର ସହଯୋଗ ଯୋଗେଇ ଦେଇଥିବା ହେତୁ ଗୁଜୁରାଟ ସରକାର ଓ ସ୍ଥାନୀୟ ଚାମ୍ବର୍ସ ଅଫ କମର୍ସକୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ଓଡିଶାରେ ଏହି ଶିଳ୍ପ ପ୍ରତିଷ୍ଠ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ସମ୍ପର୍କିତ ସାମ୍ବାଦିକଙ୍କ ପ୍ରଶ୍ନରର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡିଶାର ଅର୍ଥନୀତି ଠିକ୍ ରହୁ । ରାଜ୍ୟର ଯୁବପୀଢି ରୋଜଗାରକ୍ଷମ ହେଉ । ଓଡିଆ ଲୋକମାନେ ନିଜ ଗୋଡରେ ଛିଡା ହୁଅନ୍ତୁ ଏହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଦାୟିତ୍ୱ । ରାଜ୍ୟ ସରକାର ସହଯୋଗୀ ଭୂମିକା ନେବେ ଏହା ତାଙ୍କଠାରୁ ଆଶା । କେନ୍ଦ୍ର ସରକାର ତାଙ୍କ ଦାୟିତ୍ୱ ପୂରଣ କରୁଛନ୍ତି ରାଜ୍ୟ ସରକାର ସହଯୋଗୀ ହେବ ବୋଲି ସେ ଆଶାପ୍ରକଟ କରିଥିବା ପ୍ରକାଶ କରିଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here