ସୁପ୍ରିମକୋର୍ଟଙ୍କ ରାୟ: ଆଗାମୀ ଟେଷ୍ଟ୍‍ ମ୍ୟାଚ୍‌ ପାଇଁ ବିସିସିଆଇ ଖର୍ଚ କରିବ ୫୮.୬୬ ଲକ୍ଷ ଟଙ୍କା

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଳୀ: ରାଜକୋଟରେ ବୁଧବାର ଦିନ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଇନ୍‌ ଇଣ୍ଡିଆ (ବିସିସିଆଇ) ୫୮.୬୬ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ନିର୍ଦେଶ ଦେଇଛନ୍ତି। ଡିସେମ୍ବର ୩ ତାରିଖ ମଧ୍ୟରେ ଯଦି ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନ୍ୟ କିଛି ମ୍ୟାଚ୍‌ ଥାଏ ତା’ହେଲେ ମଧ୍ୟ ବିସିସିଆଇ ସମ ପରିମାଣର ଅର୍ଥ ଖର୍ଚ୍ଚ କରିବ ବୋଲି କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଖେଳାଳିମାନଙ୍କ ପାରିଶ୍ରମିକ, ଇନ୍‌ସୁରାନସ୍‌ ଓ ତୃତୀୟ ଅମ୍ପ୍ୟାୟାର୍‌ ବାବଦରେ ଖର୍ଚ୍ଚ ସକାଶେ ବିସିସିଆଇ ଏହି ଅର୍ଥ ରାଶି ପ୍ରଦାନ କରିବାକୁ ସୁପ୍ରିମ୍‌କୋର୍ଟ ନିର୍ଦେଶ ଦେଇଛନ୍ତି।

ମତାମତ ଦିଅନ୍ତୁ

Please enter your comment!
Please enter your name here