ସୁନ୍ଦରୀର ମହିଳାଙ୍କୁ ଆକ୍ରମଣ : ପୋଡିଦେଲେ ହାତୀବାରି ବିଟ୍ ହାଉସ

https://www.facebook.com/nnsodia/videos/267154983995629/?t=5

ସମସ୍ତଙ୍କୁ ଘାରିଛି ସୁନ୍ଦରୀ ଭୟ

ଗତକାଲି ସାତକୋଶିଆରେ ବାଘୁଣୀ ମହିଳାଙ୍କୁ ଆକ୍ରମଣ ପରେ ଆଜି ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମହିଳାଙ୍କ ମୃତ୍ୟୁ ପରେ ହାତୀବାରି ବିଟ୍ ହାଉସକୁ ଉତ୍ୟକ୍ତ ଲୋକ ପୋଡି ଦେବାସହ ବନ କର୍ମଚାରୀଙ୍କୁ ମାଡ ମାରିଥିଲେ । ଏବେ ସ୍ଥାନୀୟ ଲୋକଙ୍କୁ ରାତି ଦିନ ମଣିଷ ଖିଆ ସୁନ୍ଦରୀର ଭୟ ଘାରିଛି । ଆଜି ବି ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଛି । ଉତ୍ୟକ୍ତ ଲୋକେ ସାତକୋଶିଆରେ ଥିବା ବୋଟ ଗୁଡିକୁ ପୋଡି ଦେଇଛନ୍ତି । ସାତକୋଶିଆ ଭିତରେ ଥିବା ଗାଁ ଗୁଡିକରେ ଭୟର ବାତାବରଣ ଦେଖାଦେଇଛି । ବାଘ ବଂଶର ବୃଦ୍ଧି ପାଇଁ ବନ ବିଭାଗ ପକ୍ଷରୁ ମଧ୍ୟପ୍ରଦେଶ ବାନ୍ଧବଗଡ ଅଭୟାରଣ୍ୟରୁ ବାଘୁଣୀ ସୁନ୍ଦରୀକୁ ଆଣି ସାତକୋଶିଆ ଅଭୟାରଣ୍ୟରେ ଛଡା ଯାଇଥିଲା । ସୂଚନା ଅନୁଯାୟୀ, ଛେଳି ଚରାଇବା ପାଇଁ ଯାଇଥିବା ବେଳେ ବାଘୁଣୀ ସୁନ୍ଦରୀ ଉକ୍ତ ମହିଳାଙ୍କୁ ଆକ୍ରମଣ କରିଥିଲା ଏବଂ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ମହିଳା ହେଉଛନ୍ତି କୈଳାଶଙ୍କର । ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମବାସୀ ଉତ୍ୟକ୍ତ ହୋଇପଡିଛନ୍ତି । ବାଘୁଣୀ ସୁନ୍ଦରୀକୁ ସାତକୋଶିଆରେ ଛାଡିବା ଦିନରେ ସ୍ଥାନୀୟ ଅଂଚଳବାସୀ ଏହାକୁ ବିରୋଧ କରି ଆସୁଛନ୍ତି । କିନ୍ତୁ ଏହାକୁ ବନବିଭାଗ ଅଣଦେଖା କରିବା ସହ ଗୁଜବ ବୋଲି କହିଆସୁଛି ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here